୨୪ ଘଂଟାରେ ଓଡିଶା ଛୁଇଁବ ମୌସୁମୀ ! ଲଘୁଚାପ ନେବ ଘୂର୍ଣ୍ଣିବାତ୍ୟାର ରୂପ, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

33

କନକ ବ୍ୟୁରୋ : ୨୪ ଘଂଟାରେ ରାଜ୍ୟରେ ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଂଟା ମଧ୍ୟରେ ଲଘୁଚାପର ରୂପ ନେବ । ତେବେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଅଂଚଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ଓ ବର୍ଷା ରାଜ୍ୟକୁ ମୌସୁମୀ ଆଗମନର ବାଟ ସୁଗମ କରିବ । ଏହାକୁ ପ୍ରାକ୍ ମୌସୁମୀ ବର୍ଷା ବୋଲି କୁହାଯାଇପାରିବ ।