ଆଜାଦି ୭୦ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ମନୋଜ ସିଂହ୍ନା

36

କନକ ବ୍ୟୁରୋ : ଆଜାଦି ୭୦ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ମନୋଜ ସିଂହ୍ନା। ଆଜି ପୁରୀ ଗସ୍ତରେ ଯାଇ ଚାଖି ଖୁଂଟିଆଙ୍କ ଜନ୍ମସ୍ଥଳୀରେ ସ୍ୱାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥଳୀରେ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଛୋଟୁରାମ ଚୌଧୁରୀ ଢ଼େଙ୍କାନାଳ ଯାଇ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।