ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି କୋର୍ଟ ଜାମିନ୍ ପ୍ରଦାନ ପରେ ଝାରପଡା ଜେଲରୁ ବାହାରିଛନ୍ତି ସମ୍ ପ୍ରତିଷ୍ଠାତା ମନୋଜ ନାୟକ । ଗତକାଲି ଦୁଇ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆଉ ଆଜି ରାୟ ଶୁଣାଇ ମନୋଜଙ୍କ ସହ ହସ୍ପିଟାଲ ସୁପରିଟେଣ୍ଡେଟଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛିନ୍ତି ।

ତେବେ ବଡ କଥା ହେଉଛି, ଗୋଟିଏ ପଟେ ମନୋଜଙ୍କ ଅଡୁଆ କିଛିଟା କମ୍ ହୋଇଥିବା ବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିବା ଟେନସ୍ସନକୁ ବଢାଇ ଦେଇଛି । ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ହସ୍ପିଟାଲ୍ ଆରମ୍ଭରୁ ରୋଗୀ ଓ ଛାତ୍ରଛାତ୍ରୀଙ୍କ ହିସାବ୍ ମାଗିଛି ଇଡି । ଏହା ସହ ବ୍ୟାଙ୍କ ଟ୍ରାନଜାକ୍ସନ ଉପରେ ମଧ୍ୟ ନଜର ରଖିଛି ଇଡି ।

ଗତ ୧୭ ତାରିଖରେ, ସମ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ତଦନ୍ତ ପାଇଁ କଳାଧନ ସଂପର୍କିତ ଏସଆଇଟି ପ୍ରବର୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲା ।