ଶିକୁଳିରେ ବନ୍ଧା ପଡିଛି ଜୀବନ : ମାନସିକ ଦିବ୍ୟାଙ୍ଗ ମନୋଜର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

25

vlcsnap-2016-09-19-16h45m00s330କନକ ବ୍ୟୁରୋ : ଏ ହେଉଛି ଜଗତସିଂହପୁର ଜିଲ୍ଲା ରାହାମା ନିକଟସ୍ଥ ବରୁଣ୍ଡି ଗାଁର ମନୋଜ ବୈ÷ଷାଖଙ୍କ କଥା । ଦିନେ କିମ୍ବା ଦୁଇ ଦିନ ନୁହେଁ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ଶିକୁଳିରେ ବନ୍ଧା ପଡିଛି ମାନସିକ ବିକାରଗ୍ରସ୍ତ ମନୋଜ ବୈ÷ଷାଖଙ୍କ ଜୀବନ । ପ୍ରଥମେ ମନୋଜଙ୍କ ଅବସ୍ଥା ଏତେ ଖରାପ ନଥିଲା ।

vlcsnap-2016-09-19-16h46m05s546୧୫ ବର୍ଷ ତଳେ ମନୋଜଙ୍କ ବାହାଘର ପରେ ପୁଅଟିଏ ମଧ୍ୟ ହେଲା । ଏବେ ପୁଅକୁ ୧୩ ବର୍ଷ ହେଲାଣି । ବାହାଘର ପରେ ମନୋଜଙ୍କ ମାନସିକ ସ୍ଥିତିରେ ଉନ୍ନତି ହେବ ବୋଲି ଭାବି ଥିଲେ ପରିବାର ଲୋକେ । କିନ୍ତୁ ଭାଗ୍ୟର ବିଡମ୍ବନା, ଦିନକୁ ଦିନ ତାଙ୍କ ମାନସିକ ସ୍ଥିତି ଅଧିକ ବିଗିଡିବାରେ ଲାଗିଲା । ମନୋଜଙ୍କ ବାପା ଓ ଭାଇ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୬ ପ୍ରାଣୀ କୁଟୁମ୍ବ ପୋଷିବା କାଠିକରପାଠ । ଚିକିତ୍ସା ପାଇଁ ସମ୍ବଳ ଆସିବ କୁଆଡୁ ।

vlcsnap-2016-09-19-16h46m57s249ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ନଥିବା ବେଳେ ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନାରେ ସହାୟତା ପାଇଁ ବହୁବାର ଆବେଦନ ପରେ ବି ଫଳ ଶୂନ । ମନୋଜଙ୍କର ଏହି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ତାଙ୍କୁ ଛାଡି ବାହାରେ ରହୁଛନ୍ତି । ଗତ ବର୍ଷ ମନୋଜଙ୍କ ମାଆ ଆର ପାରିକୁ ଚାଲି ଯିବାପରେ ତାଙ୍କର ସେବା କରିବାକୁ କେହି ନାହାଁନ୍ତି । କାଳେ କେଉଁ ଆଡେ ଚାଲିଯିବେ ବୋଲି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ । ମନୋଜଙ୍କ ଚିକିତ୍ସା ପାଇଁ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରାଯିବାରୁ ସେ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏହା ସହ ପ୍ରଶାସନ ପକ୍ଷରୁ ମନୋଜଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ପ୍ରଶାସନ ସହଯୋଗର ହାତ ବଢାଇଲେ ମନୋଜଙ୍କ ଅବସ୍ଥା ସୁଧୁରିବା ସହ ଭାଙ୍ଗି ଯାଇଥିବା ସଂସାର ପୁଣି ହସି ଉଠିବ ।

ଦେଖନ୍ତୁ ଏହି ଭିଡିଓ –