ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦ୍ୱାରା ମହିଳା ମନ୍ତ୍ରୀଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବା ଅଭିଯୋଗ, ବିଜେପି କହିଲା-ଅପପ୍ରଚାର 

141

ତ୍ରିିପୁରାରେ ଖେଳ ଓ ଯୁବ ମାମଲାର ମନ୍ତ୍ରୀ ମନୋଜ କାନ୍ତି ଦେବଙ୍କ ଅସୁବିଧା ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ତାଙ୍କ ଉପରେ ସାମାଜିକ କଲ୍ୟାଣ ମନ୍ତ୍ରୀ ସାନ୍ତନା ଚକମାଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବାର ଅଭିଯୋଗ ଆସିଛି । ଏହି ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପ୍ ଆଧାରରେ ଖେଳ ମନ୍ତ୍ରୀଙ୍କ ଉପରେ ଅଭିଯୋଗ କରାଯାଇଛି ।

ମହିଳା ମନ୍ତ୍ରୀଙ୍କ ପାଖରୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଆସିନି । ଯେବେକି ଭାରତରୀୟ ଜନତା ଦଳ କଥିତ ଭାଇରାଲ ଭିଡିଓକୁ ନକଲି କହିଛି । ତ୍ରିପୁରା ବିଜେପି ତରଫରୁ କୁହାଯାଇଛି କି, ଏହା ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଅପପ୍ରଚାର । ଭିଡିଓରେ ବ୍ୟତିକ୍ରମ କରିଥିବା କହିଲେ ମନୋଜ କାନ୍ତି ଦେବ ।

ରାଜ୍ୟ ବିଜେପି ମିଡିଆ ସେଲର ପ୍ରଭାରୀ ଭିକ୍ଟର ସୋମଙ୍କ ତରଫରୁ ରିପୋର୍ଟରେ କୁହାଯାଇଛି କି, “ଏହା ଏକ ଷଡଜନ୍ତ୍ର, ଯାହାକୁ ବିରୋଧୀ ଆମର ଛବି ଖରାପ କରିବା ପାଇଁ ରଚିଛନ୍ତି । ମୁଁ ପୁରା ଭିଡିଓ ଦେଖିଛି ଏବଂ ମତେ ସେଥିରେ କିଛି ଖରାପ ନଜର ଆସିଲାନି । ଭିଡିଓକୁ ଏଡିଟ୍ କରାଯାଇଛି… ଯଦି କୌଣସି ବିବାଦୀୟ ସିନ୍ ର ପୂର୍ବର ଫୁଟେଜ୍ ଧ୍ୟାନ ଦେଇ ଦେଖିବେ, ତେବେ ସ୍ଥିତି ସ୍ପଷ୍ଟ ହେବ ।” ଏହି ଘଟଣା ସେବେ ର, ଯେତେବେଳେ ପିଏମ୍ ନିଜର ୩ଦିନିଆ ନର୍ଥ ଇଷ୍ଟ ଗସ୍ତରେ ତ୍ରିପୁରା ଯାଇଥିଲେ । ସେହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଯାଇଥିଲେ, ଯେବେକି ଚକମା ତ୍ରିପୁରା କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ ।