କଥାକାର ମନୋଜ ଦାସଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ମନୋଜ ଦାସଙ୍କ ନାଁ ଘୋଷଣା

240

କନକ ବ୍ୟୁରୋ: କଥାକାର ମନୋଜ ଦାସଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବିଶିଷ୍ଟ କଥାକାର ମନୋଜ ଦାସ ପାଇବେ ପଦ୍ମ ଭୂଷଣ ସମ୍ନାନ । ମନୋଜ ଦାସଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୭୧ ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ତେବେ ପଣ୍ଡିଚେରୀ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶ୍ରମରେ ରହି ଦୀର୍ଘ ଦିନ ହେବ ଶିକ୍ଷାଦାନ କରି ଆସୁଥିବା ମନୋଜ ଦାସ ଓଡିଶା ସାହିତ୍ୟ ଭଣ୍ଡାରକୁ ଭରପୁର କରିଛନ୍ତି । ଗୋଧୂଳିର ବାଘ, ଶେଷ ବସନ୍ତର ଚିଠି, ଆକାଶର ଇସାରା, ଅମୃତ ଫଳ ଆଦି ଚମତ୍କାର ବହିର ସ୍ରଷ୍ଟା ମନୋଜ ଇଂରାଜୀରେ ଅନେକ କଥା ଓ କାହାଣୀ ଲେଖି ସାହିତ୍ୟ ଭଣ୍ଡାରକୁ କରିଛନ୍ତି ଅନେକ ଦାନ । ତେବେ ତାଙ୍କର ଏହି ଅତୁଳନୀୟ ଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ନାନିତ କରିବା ପାଇଁ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ୨୦୦୧ରେ ମନୋଜଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ସେହିପରି ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମରଣୋତର ପଦ୍ମ ବିଭୁଷଣ ପୁରସ୍କାର ମିଳିବ । ପୁରସ୍କାର ତାଲିକାରେ ଏମାନଙ୍କର ନାଁ ରହିଛି । ମୋଟ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି ।