ଡାକ୍ତରଖାନାରେ ମନୋଜ ବାଜପେୟୀ ! ମୁଣ୍ଡ ବିନ୍ଧା ସମସ୍ୟାରେ ପୀଡ଼ିତ

49

ଗଭୀର ମୁଣ୍ଡ ବିନ୍ଧାରେ ପୀଡ଼ିତ ଅଭିନେତା ମନୋଜ ବାଜପେୟୀ ଡାକ୍ତଖାନାରେ । ଏବେ ସେ ଠିକ୍ ଅଛନ୍ତି ବୋଲି କହିଛନ୍ତି । ମନୋଜ ଏବେ ସୁଟିଂରେ ଲଣ୍ଡନରେ ଅଛନ୍ତି । । ବୁଧବାର ଦିନ ଖବର ଆସିଥିଲା ଯେ ମନୋଜଙ୍କ ବାରମ୍ବାର ମୁଣ୍ଡ ବିନ୍ଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମନୋଜ ନିଜେ ଏହି କଥା କହିଛନ୍ତି ଯେ , ‘ମୁଁ ‘ଅୟାରୀ’ ଫିଲ୍ମର ସୁଟିରେ ଲଣ୍ଡନରେ ପ୍ରଥମରୁ ରହିଛି । ମୋର ମୁଣ୍ଡ ବିନ୍ଧା ସମସ୍ୟା ଥିଲା । ଏହା ଭଲ ହେଉନଥିଲା । କିନ୍ତୁ କୈାଣସି ଗମ୍ଭୀର ରୋଗ ନୁହେଁ ।’

ଫିଲ୍ମ ‘ଅୟାରୀ’ରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ନସିରୁଦ୍ଦିନ୍ ଶାହଙ୍କ ଭଳି କଳାକାର ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘ଅୟାରୀ’ । ଶିତଲ୍ ଭାଟିଆଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ୨୬ଜାନୁୟାରୀ, ୨୦୧୮ରେ ରିଲିଜ୍ ହେବ ।