ମା’ କ୍ଷୀରଠାରୁ ମୋହ ଭାଙ୍ଗି ଯାଇଥିବା ଏକ ପିଲାର କାହାଣୀ

78

ମା’ କ୍ଷୀର ଛୁଆଙ୍କ ପାଇଁ ଅମୃତ ସମାନ । ହେଲେ ବିହାରର ମନେତଆନ୍ଦର ୧୦ ବର୍ଷର ମନୋଜ କୁମାର କିନ୍ତୁ ଏହାର ବ୍ୟତିକ୍ରମ । ମାତ୍ର ଚାରି ବର୍ଷ ବୟସରୁ ମା’ କ୍ଷୀର ଅପେକ୍ଷା ବୁଲା କୁକର କ୍ଷୀରକୁ ଆପଣେଇ ନେଇଛି ମନୋଜ । ଛୋଟବେଳେ ବୁଲା କୁକୁର ସହ ଖେଳିଲା ବେଳେ ହଠାତ୍ କୁକରର କ୍ଷୀର ପିଇବା ବେଳେ ମନୋଜ ଏହାକୁ ଅଭ୍ୟାସରେ ପରିଣତ କରିଥିବା ଏକ ଖବର ପ୍ରକାଶିତ କରିଛି “ଓଜୋକ୍’ ।

ତେବେ ମନୋଜଙ୍କ ଏହି କୁଅଭ୍ୟାସ ଏବେ ବାପା, ମା’ଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଯାହାଫଳରେ ଏକାକୀ ସ୍ଲୁଲ କିମ୍ବା ବାହାରକୁ ମଧ୍ୟ ଏକା ପଠାଇବାକୁ ସାହାସ ଜୁଟାଇ ପାରୁନାହାନ୍ତି ମନୋଜର ବାପା ମା’। ପୁଅର ଏହି କୁଅଭ୍ୟାସ ଛଡାଇବା ପାଇଁ ବିଭିନ୍ନ ଡ଼ାକ୍ତରଙ୍କୁ ଦେଖାଇବା ସହ ବିଭିନ୍ନ ମନ୍ଦିର ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତାକ୍ତରଙ୍କ କହିବାନୁଯାୟୀ କୁକୁର କ୍ଷୀର ମଣିଷ ଶରୀର ପାଇଁ କ୍ଷତିକାରକ ହୋଇନଥିଲେ ମଧ୍ୟ ଜଳାନ୍ତକ ରୋଗର ଆଶଙ୍କା ରହିଥାଏ । ଫଳରେ ଏବେ ମନୋଜକୁ ପାଟଳୀପୁତ୍ର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।