ରାଜନୀତିରେ ପ୍ରବେଶ କରିବେ ମନୋହର ପାରିକରଙ୍କ ଦୁଇ ପୁଅ ! ନିର୍ବାଚନ ଲଢ଼ିବା ନେଇ ଦେଲେ ସଙ୍କେତ

196

କନକ ବ୍ୟୁରୋ : ପିତାଙ୍କ ପଥରେ ପୁଅ । ରାଜନୀତିରେ ପ୍ରବେଶ କରିପାରନ୍ତି ଗୋଆର ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ତଥା ମନୋହର ପାରିକରଙ୍କ ଦୁଇ ପୁଅ । ପିତାଙ୍କ ନିର୍ମଳ ଭାବମୂର୍ତ୍ତି, କାର୍ଯ୍ୟଶୈଳୀ ଓ ଲୋକଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ଗୋଆରେ ନିର୍ବାଚନ ଲଢ଼ିପାରନ୍ତି ମନୋହରଙ୍କ ଦୁଇ ପୁଅ । ଶନିବାର ଜାରି ହୋଇଥିବା ଏକ ବୟାନ ଅନୁସାରେ ଏପରି ସଙ୍କେତ ମିଳଛି । ଦେଶ ଓ ରାଜ୍ୟ ପ୍ରତି ପିତାଙ୍କ କର୍ତ୍ତବ୍ୟପରାୟଣାକୁ ଆଗେଇ ନେବା ପାଇଁ ରାଜନୀତିରେ ପାଦ ରଖିବେ ଦୁଇ ପୁଅ । ବିଜେପି ଉଭୟଙ୍କୁ ଟିକେଟ ଦେବା ପାଇଁ ଚିନ୍ତା କରୁଛି ।

ସୂଚନା ଅନୁସାରେ ମନୋହରଙ୍କ ଦୁଇ ପୁଅ ରାଜନୀତିରେ ନୂତନ କ୍ୟାରିୟର କରିପାରନ୍ତି । ପିତା ବଂଚିଥିବା ବେଳେ ଉଭୟ ରାଜନୀତିରୁ ଦୂରରେ ରହିଥିଲେ । କିନ୍ତୁ ପିତାଙ୍କ କାମକୁ ଆଗେଇନେବା ପାଇଁ ଏବେ ଉଭୟେ ନିଷ୍ପତ୍ତି ନେଇଛନ୍ତି । ମନୋହରଙ୍କ ପୁଅ ଉତ୍ପଳ ଓ ଆଭିଜାତ ଲୋକସଭା ନିର୍ବାଚନ କିମ୍ବା ପାଣାଜି ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମନୋହର ପାରିକର ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ରହିବା ପରେ ମାର୍ଚ୍ଚ ୧୭ରେ ଇହଧାମ ତ୍ୟାଗ କରିଥିଲେ । ପୁଅଙ୍କ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି, ଆମେ ରାଜ୍ୟ ଓ ଦେଶର ସେବା ପାଇଁ ପିତାଙ୍କ ସ୍ୱପ୍ନକୁ ପୂରା କରିବାକୁ ପ୍ରସ୍ତୁତ ।