ଅଧରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ଗୋଆ ମୁଖ୍ୟମନ୍ତ୍ରୀ ! ୪୮ ଘଣ୍ଟା ଡାକ୍ତରଙ୍କ ନଜରରେ ରହିବେ ।

89

ଗତ କିଛିଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଗତକାଲି ରାତିରେ ଗୋଆ ମେଡିକାଲ୍ କଲେଜ୍ ହସ୍ପିଟାଲ (ଜିଏମସିଏମ୍)ରେ ଭର୍ତ୍ତିି କରାଯାଇଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ବୟାନରେ କୁହାଯାଇଛି , ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ଗେଷ୍ଟ୍ରୋଇଣ୍ଟେଷ୍ଟାଇନଲ୍ ଇଣ୍ଡୋଷ୍କୋପି ପାଇଁ ଗୋଆ ମେଡିକାଲ୍ କଲେଜ୍ ଅଣାଯାଇଛି । ତାଙ୍କ ଦେହ ଏବେ ପୂର୍ବପେକ୍ଷା ସ୍ଥିର ଥିବା କଥା କୁହାଯାଉଛି । ପାରିକରଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ନଜରରେ ରଖାଯିବ । ଜିଏମସିଏମ୍ ବାହାରେ ବହୁ ସଂଖ୍ୟକ ପୋଲିସକର୍ମୀ ପହରା ଦେଉଛନ୍ତି ।

ଏହା ପୂର୍ବରୁ ଗୋଆ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ବିଜୟ ସରଦେଶାଇଙ୍କ ସହ ମନୋହର ପାରିକରଙ୍କ ସାକ୍ଷାତ ହୋଇଥିଲା । ସରଦେଶାଇ ପାରିକରଙ୍କ ଜୀବନ ରକ୍ଷକ ପ୍ରଣାଳୀକୁ ଖାରଜ କରିଥିଲେ । ଗତ ୧ ବର୍ଷ ହେଲା ସ୍ୱାସ୍ଥ୍ୟଗତ ଅସୁବିଧା ଥିବା ପାରିକର ପେକ୍ରିଂୟାଜ୍ ସମସ୍ୟାରେ ପୀଡିତ ଅଛନ୍ତି । ଏହା ପୂର୍ବରୁ ଆମେରିକା ଏବଂ ଦିଲ୍ଲୀର ଏମ୍ସରେ ମଧ୍ୟ ତାଙ୍କ ଚିକିତ୍ସା ହୋଇସାରିଛି ।

Comments are closed.