ଗାଈ ମଇଁଷିଙ୍କ ‘ହଷ୍ଟେଲ’ ପରେ ଏବେ ଜେଲରେ ଗୋଶାଳା ନିର୍ମାଣ କରିବାକୁ ସରକାରଙ୍କ ଯୋଜନା : ଜାଣନ୍ତୁ କାହିଁକି ?

94

ଗାଈକୁ ନେଇ ହରିୟାଣାରେ ଲଗାତାର ଭିନ୍ନ ଭିନ୍ନ ପ୍ରକାରର ଚେଷ୍ଟା କରାଯାଉଛି । ପ୍ରଥମେ ଯାହାଙ୍କ ପାଖରେ ଜମି ନାହିଁ, ସେମାନଙ୍କ ପାଇଁ ଗାଈ ହଷ୍ଟେଲ, ପୁଣି ବ୍ରାଜିଲରୁ ଦେଶୀ କିସମର ଗାଈର ଫେରସ୍ତ ହେବା ପରେ ଏବେ ହରିୟାଣାର ଜେଲ ଗୁଡିକରେ ଗୋଶାଳା ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କି ରାଜ୍ୟ ସରକାର ରାଜ୍ୟର ସମସ୍ତ ଜେଲଗୁଡିକରେ ଗୋଶାଳା ନିର୍ମାଣ କରାଯିବ ।

ଏହି ଅବସରରେ ଜେଲ ମନ୍ତ୍ରୀ କୃଷ୍ଣ ଲାଲ ପାୱାର କହିଛନ୍ତି ଯେ ସରକାର ରାଜ୍ୟରେ ଗୋଶାଳାଗୁଡିକର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ କରିଛନ୍ତି । ଏହି ନୀତି ଅନୁସାରେ ଗୋଟିଏ ଏକର ଭୁମିରେ ୧୦୦ଟି ଗାଈଙ୍କୁ ଆଶ୍ରୟ ଦେଉଥିବା ଗୋଶାଳା ନିର୍ମାଣ କରୁଥିବା ଗ୍ରାମ ପଂଚାୟତ ଗୁଡିକୁ ସରକାରଙ୍କ ତରଫରୁ ୫ଲକ୍ଷ ଟଙ୍କା ଦିଆଯିବ ।