ମନ୍ କି ବାତରେ ପୁଲୱାମା ହମଲା । ପ୍ରଧାନମନ୍ତ୍ରୀ କହିଲେ, ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସଂକଳ୍ପ ନେଇଛି ସେନା ।

152

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ରେ ପୁଲୱାମା ହମଲା । ପ୍ରଥମେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବୀର ପୁତ୍ରଙ୍କୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏବଂ କହିଛନ୍ତି ଯେ, ବର୍ତ୍ତମାନ ଦେଶବାସୀଙ୍କ ମନରେ ପୁଲୱାମା ଆତଙ୍କୀ ହମଲାର ଆକ୍ରୋଶ ଭରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କୀ ବାତର ୫୩ତମ ସଂସ୍କରଣରେ ପୁଲୱାମା ଆକ୍ରମଣର ସହିଦଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି, ଏହି ଆକ୍ରମଣ ପରେ ସେନା ଆତଙ୍କବାଦୀଙ୍କୁ ଧ୍ୱଂସ କରିବାକୁ ସଂକଳ୍ପ ନେଇଛି । ପୁଲୱାମାରେ ସମସ୍ତ ସହିଦଙ୍କ କାହାଣୀ ପ୍ରେରଣା ଦେଉଛି ।

modi maan ki baatଏହି ବଳିଦାନ ବ୍ୟର୍ଥ ଯିବାକୁ ଦେବା ନାହିଁ । ସେମାନ ସାହସିକତା ବିଷୟରେ ଯାହାକୁ ଦେଶର ଯୁବକ ଜାଣିବା ଉଚିତ । ସହିଦଙ୍କ ପରିବାରର କାହାଣୀ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ଯବାନଙ୍କ ପାଇଁ ସାରାଦେଶର ଜନତା ଶାନ୍ତିରେ ଅଛନ୍ତି । ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଭାରତ ସହ ଛିଡା ହୋଇଛି । ଦେଶବାସୀଙ୍କ ପାଇଁ ସହିଦଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ ହେବ । ଯାହାକି କେଉଁ ତୀର୍ଥସ୍ଥଳୀରୁ କମ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସେହିଭଳି ଆୟୁଷ୍ମାନ ଯୋଜନାକୁ ନେଇ ମୋଦି କହିଛନ୍ତି କି, ଏଥିରେ ୫ ମାସରେ ୧୨ ଲକ୍ଷ ଗରିବ ପରିବାର ଲାଭ ଉଠାଇ ସାରିଛନ୍ତି । ଯଦି କେହି ଏଥିରୁ ବଂଚିତ ହେଉଥାନ୍ତି ତାଙ୍କୁ ତୁରନ୍ତ ଏହି ଯୋଜନା କଥା କୁହନ୍ତୁ ବୋଲି କାର୍ଯ୍ୟକ୍ରମ ଜରିଆରେ ଆହ୍ୱାନ କରିଛନ୍ତି ମୋଦି । ଏହାସହ ରେଡିଓରେ ଜନତାଙ୍କ ସହ ଯୋଡି ହୋଇ ରହିବା ଏକ ସୁନ୍ଦର ଅନୁଭବ । ଆଜି ଛୋଟ ପିଲାଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହୋଇଛି । ଶାନ୍ତି ସ୍ଥାପନ ପାଇଁ ସେନା ସାହସିକତା ଦେଖାଇଛି । ଆତଙ୍କବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବା ପାଇଁ ସଂକଳ୍ପ ନେଇଛି । ଆକ୍ରମଣ ପରେ ସହିଦଙ୍କ ପରିବାର ଯେଉଁ ସାହସିକତା ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି, ସତରେ ତାହା ଆମ ପାଇଁ ପ୍ରେରଣାଦାୟୀ ।