ମନମୋହନଙ୍କ ଟାର୍ଗେଟରେ ମୋଦି ! ଗୁଜରାଟର ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମନମୋହନ

60

ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ବିମୁଦ୍ରୀକରଣକୁ ନେଇ ପୁଣି ଥରେ ମୋଦି ସରକାରକୁ ଘେରିଛନ୍ତି ମନମୋହନ । ଏହା ସହ ନଭେମ୍ବର ୮କୁ କଳା ଦିବସ ବୋଲି ବର୍ଣ୍ଣନା କରିବା ସହ ନୋଟବନ୍ଦୀ ଯୋଗୁ ମୃତ୍ୟୁ ବରଣ କରିଥିବା ୧୦୦ ଜଣଙ୍କ କଥା ମନେ ପକାଇ ଦୁଃଖପ୍ରକାଶ କରିଛନ୍ତି ମନମୋହନ । ଗୁଜରାଟରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ନଭେମ୍ବର ୮ ତାରିଖ ଭାରତୀୟ ଗଣତନ୍ତ୍ର ଓ ଅର୍ଥବ୍ୟବସ୍ଥା ପାଇଁ ଏକ କଳାଦିବସ ଥିଲା ।

ମନମୋହନ ଜିଏସଟି ପ୍ରସଙ୍ଗରେ ବି ଘେରିଛନ୍ତି ମୋଦି ସରକାରକୁ । ପୂର୍ବରୁ ବି ବିମୁଦ୍ରୀକରଣ ପ୍ରସଙ୍ଗରେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ ମନମୋହନ । କେବଳ ମନମୋହନ ନୁହେଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପୂର୍ବରୁ ଜିଏସଟି ଓ ବିମୁଦ୍ରକରଣକୁ ପ୍ରବଳ ମାତ୍ରାରେ ବିରୋଧ କରିଥିଲେ । ଏପରିକି ଜିଏସଟିକୁ ଗବର ସିଂ ଟ୍ୟାକ୍ସ କହି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ।