ନିର୍ବାଚନ ଲଢ଼ି ନପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ: ନଲଢ଼ିବା ପାଇଁ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିବା ସୂଚନା

ମନମୋହନଙ୍କୁ ମନାଇବା ପାଇଁ ମାରାଥନ ବୈଠକ

265

କନକ ବ୍ୟୁରୋ: ୯୦ ଦଶକରେ ଦେଶରେ ଉଦାର ଅର୍ଥନୀତି ଆଣି ଚର୍ଚ୍ଚାରେ ଥିବା ଦୁଇ ଦୁଇଥରର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ନିର୍ବାଚନ ଲଢିବେ ନା ନାହିଁ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।  କୁହାଯାଉଛି, ପଞ୍ଜାବର ସବୁଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନମଣ୍ଡଳୀ  ଅମୃତସରରୁ  ନିର୍ବାଚନ ଲଢିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି କଂଗ୍ରେସ ନେତୃତ୍ୱ ।

କିନ୍ତୁ ଖବର ଅନୁସାରେ, ଏଥର ଲୋକସଭା ନିର୍ବାଚନ ଲଢିବାକୁ ମନମୋହନ ସିଂହ ଅନିଚ୍ଛୁକ ଥିବା ଜଣାଯାଇଛି । ସ୍ୱାସ୍ଥ୍ୟଗତ କାରଣ ଓ ଅଧିକ ବୟସ ଯୋଗୁଁ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି  ଦଳ୍ୟୀ ହାଇକମାଣ୍ଡକୁ ଜଣାଦେଇଛନ୍ତି । କିନ୍ତୁ ହାଇପ୍ରୋଫାଇଲ ଅମୃତସର ନିର୍ବାଚନମଣ୍ଡଳୀରୁ  ଲଢିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି ହାଇକମାଣ୍ଡ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନାଇବା ପାଇଁ ମାରାଥନ ବୈଠକ ବି ଚାଲିଛି । କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ବି କରିଛନ୍ତି । ମନମୋହନ ସିଂ ବର୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଜୁନରେ ତାଙ୍କ କାର୍ଯ୍ୟକାଳ ବି ସରୁଛି । ଏଭଳି ସ୍ଥିତିରେ  ଦଳୀୟ ନେତୃତ୍ୱ ବି ଚାହୁଁଛନ୍ତି ଅମୃତସର ଭଳି ଆସନରୁ ମନମୋହନ ସିଂ ଲଢିବାକୁ ।