ନିର୍ବାଚନ ପ୍ରଚାରରେ ତିକ୍ତ ଆରୋପ ପ୍ରତିଆରୋପ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି ।

46

ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଆଜି ସଂସଦରେ ଉଭୟଙ୍କ ସାକ୍ଷାତର ଦୃଶ୍ୟ ଭାଇରାଲ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଡକ୍ଟର ମନମୋହନ ସିଂହଙ୍କୁ ଭେଟିଛନ୍ତି । ଆଜି ସଂସଦ ଆତଙ୍କବାଦୀ ଆକ୍ରମଣକୁ ୧୬ ବର୍ଷ ପୂରିଥିବା ବେଳେ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ଅଭିଯୋଗ ଆଣିଥିଲେ ଯେ ପାକିସ୍ତାନୀ ନେତାଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁପ୍ତ ବୈଠକ କରିଥିଲେ । ତାଙ୍କୁ ହଟାଇବା ଲାଗି ଏହି ବୈଠକ କରାଯାଇଥିଲା ବୋଲି ମୋଦି ଅଭିଯୋଗ ଆଣିଥିଲେ । ମନମୋହନ ଏହାର ଜବାବ ମଧ୍ୟ ଦେଇଥିଲେ । କହିଥିଲେ, ମୋଦି ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ଏସବୁ କଡା ଆରୋପ ପ୍ରତ୍ୟାରୋପ ପରେ ଉଭୟ ନେତା ପରସ୍ପର ସହ ହାତ ମିଳାଇଛନ୍ତି ।