ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରିବା ପଡିଲା ମହଙ୍ଗା ! କଂଗ୍ରେସରୁ ନିଲମ୍ବିତ ହେଲେ ବରିଷ୍ଠ ନେତା ମଣିଶଙ୍କର ଆୟର

30

କଂଗ୍ରେସରୁ ନିଲମ୍ବିତ ହେଲେ ବରିଷ୍ଠ ନେତା ମଣିଶଙ୍କର ଆୟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ନୀଚ ଶବ୍ଦ ବ୍ୟବହାର କରିଥିବାରୁ ଏଆଇସିସି ଏହି ପଦକ୍ଷେପ ନେଇଛି । ଏହା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି କଂଗ୍ରେସ । ଅନ୍ୟପଟେ ପୂର୍ବରୁ ଏହି ବୟାନ ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମାମାଗିବାକୁ ତାଗିଦ୍ କରିଥିଲେ ରାହୁଲ ଗାନ୍ଧି । ଏନେଇ ଟ୍ୱିଟ୍ କରି ସେ କହିଥିଲେ ଏହା ଗାନ୍ଧୀଙ୍କ ଆଦର୍ଶର ଦଳ କଂଗ୍ରେସ ସଂସ୍କୃତି ନୁହେଁ । ପରେ କିନ୍ତୁ ତାଙ୍କୁ ଦଳରୁ ନିଳମ୍ବିତ ଘୋଷଣା କରାଯାଇଥିଲା ।

ଅବଶ୍ୟ ଏହା ପୂର୍ବରୁ ଗଣମାଧ୍ୟମ ଆଗରେ ତାଙ୍କ ବକ୍ତବ୍ୟକୁ ଭୁଲ ଭାବରେ ତର୍ଜମା କରିଥିବା କହିଥିଲେ ମଣିଶଙ୍କର ଏବଂ ତାଙ୍କ ମନ୍ତବ୍ୟ ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ପୁଣିଥରେ ରାହୁଲଙ୍କ ଟାର୍ଗେଟ ବିଜେପି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବମ ପ୍ରଶ୍ନ ପଚାରିଛନ୍ତି ।

ରାହୁଲ କହିଛନ୍ତି କି ଚାଷୀଙ୍କ ସହିତ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ସେ କହିଛନ୍ତି ମୋଦି ସରକାର, ଚାଷୀଙ୍କୁ ନା ଋଣଛାଡ଼ କରୁଛନ୍ତି ନ, ଫସଲର ଉପଯୁକ୍ତ ଦର ଦେଉଛନ୍ତି । କୃଷକଙ୍କ ଉପରେ ଜିଏସଟି ବା ଗବର ସିଂ ଟ୍ୟାକ୍ସର ପ୍ରଭାବ ପଡ଼ିଥିବା ସେ କହିଛନ୍ତି ।