ମଣିପୁରରେ ପ୍ରଥମ ଥର ସରକାର ଗଢିବ ବିଜେପି ! ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନ୍. ବିରେନ ସିଂ

25

କନକ ବ୍ୟୁରୋ : ମଣିପୁରରେ ସରକାର ଗଠନ କରିବ ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଏନ୍.ବିରେନ ସିଂହ ଆଜି ଶପଥ ନେବେ । ବିରେନଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ବି ଶପଥ ଗ୍ରହଣ କରିବେ । ବିଜେପି ରାଷ୍ଟୀୟ ସଭାପତି ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏଥିରେ ସାମିଲ ହେବେ । ପ୍ରଥମ ଥର ପାଇଁ ମଣିପୁରରେ ସରକାର ଗଢିବାକୁ ଯାଉଛି ବିଜେପି ।

ନାଗା ପିପୁଲ୍ସ ଫଂଟର ୪ ଜଣ ବିଧାୟକ ବିଜେପିକୁ ସମର୍ଥନ ଦେବା ପରେ ଦଳର ସରକାର ଗଠନ ରାସ୍ତା ପରିଷ୍କାର ହୋଇଛି । ଏନସିଏଫ୍ ବ୍ୟତୀତ ନାଗା ପିପୁଲ୍ସ ପାର୍ଟିର ୪ ବିଧାୟକ ଏବଂ ଲୋକ ଜନଶକ୍ତି ପାର୍ଟି ଏବଂ ତୃଣମୂଳ କଂଗ୍ରେସର ଜଣେ ଲେଖାଏଁ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି । ୬୦ଟି ଆସନରୁ ବିଜେପିକୁ ୨୧ ଟି ମିଳିଛି ।

ସରକାର ଗଠନ ପାଇଁ ନିଜ ଦଳର ୨୧ ବିଧାୟକଙ୍କ ସହ ମୋଟ୍ ୩୨ ବିଧାୟକଙ୍କୁ ନେଇ ରାଜ୍ୟପାଳ ନଜମା ହେପତୁଲାଙ୍କୁ ଭେଟିଥିଲେ ବିରେନ୍ ସିଂହ । କଂଗ୍ରେସ ମଧ୍ୟ ନିଜ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦେଇଥିଲା । କିନ୍ତୁ ରାଜ୍ୟପାଳ ନଜମା ହେପତୁଲା କହିଛନ୍ତି, ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟାରେ ବିଧାୟକଙ୍କର ସମର୍ଥନ ରହିଛି । ଖୁବଶୀଘ୍ର ନିଜ ବହୁମତ ସାବ୍ୟସ୍ତ କରିବେ ବିରେନ୍ ସିଂ ।