ମୁଖ୍ୟମନ୍ତ୍ରୀଙ୍କ ମହତ କାର୍ଯ୍ୟ : ଗର୍ଭବତୀ ମହିଳାଙ୍କ ପାଇଁ ଛାଡିଲେ ଭିଆଇପି ବିଶ୍ରାମକକ୍ଷ ! 

23

ଗୌହାଟୀ :  ଦେଶରେ  ଭିଭିଆଇପି କଲଚରକୁ ନେଇ ଖୁବ୍ ଆଲୋଚନା ଏବଂ ପ୍ରତ୍ୟେକ ଭିଆଇପି ସୁବିଧା ପାଇବାକୁ ପସନ୍ଦ କରନ୍ତି । ଏତିକି ବେଳେ ମଣିପୁର ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ପାଲଟିଯାଇଛନ୍ତି । ଆଉ କରିଛନ୍ତି କିଛି ଭଲ କାମ । ମୁଖ୍ୟମନ୍ତ୍ରୀ  ଏନ୍ ବିରେନ୍ ସିଂହ ଗୌହାଟୀଏୟାରପୋର୍ଟରେ ଜଣେ ଯନ୍ତ୍ରଣା ପୀଡିତ ଗର୍ଭବତୀ ମହିଳାଙ୍କ ପାଇଁ ନିଜର ଭିଭିଆଇପି ବିଶ୍ରାମ କକ୍ଷ  ଛାଡିଦେଇଛନ୍ତି । ନିଜେ ବିଶ୍ରାମ ନେବା ବଦଳରେ ସେହି ଗର୍ଭବତୀ ମହିଳାଙ୍କ ଅସହାୟତାକୁ ବୁଝି ତାଙ୍କୁ ଦେଇଛନ୍ତି ବିଶ୍ରାମ । ଆଉ ନିଜେ ଅନ୍ୟ ଯାତ୍ରୀଙ୍କ ସହ କମନ୍ ୱେଟିଂ ରୁମ୍ ରେ  ଅପେକ୍ଷା କରିଛନ୍ତି ।

ନୂଆ ଦିଲ୍ଲୀରୁ ଇମ୍ଫାଲ ଯିବା ସମୟରେ ବିରେନଙ୍କର  ବିମାନରେ ଏକ ପକ୍ଷୀ  ଧକ୍କା ହୋଇଥିଲା । ଯାହାପରେ ସେ ଗୌହାଟୀରେ ଫ୍ଲାଇଟର ଅପେକ୍ଷା କରିଥିଲେ । ତାଙ୍କର ପ୍ଲେନ୍  ଗୌହାଟୀରେ ଅବତରଣ କରିଥିଲା । କିନ୍ତୁ ଆଗକୁ ଉଡାଣ ଭରିବା ପାଇଁ  ସ୍ଥିତିରେ ନଥିଲା । ଯେବେ ସୁଦ୍ଧା କୌଣସି ବିକଳ୍ପର ଆୟୋଜନ ହୋଇନଥିଲା । ବିରେନଙ୍କୁ ସେହି ଏୟାରପୋର୍ଟର ଭିଭିଆଇପି ବିଶ୍ରାମ କକ୍ଷରେ ରହିବାକୁ କୁହାଯାଇଥିଲା ।   ପରେ ବିରେନଙ୍କ କର୍ମଚାରୀ ତାଙ୍କୁ ଇମ୍ଫାଲ୍ ଯିବାକୁ ଥିବା  ଯାତ୍ରୀଙ୍କ ଅସୁବିଧା କଥା ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି , ‘ ମୁଁ ତଳକୁ ଆସିଲି ଏବଂ ଦେଖିଲି ଜଣେ ଗର୍ଭବତୀ ମହିଳା ଆଣ୍ଠୁରେ ବସିଥିଲେ । କାରଣ ସେ ସେହି ସାଧାରଣ ଚୌକିରେ ବସିପାରୁନଥିଲେ । ଏୟାରଲାଇନ ଅଥୋରିଟି ତାଙ୍କ ପାଇଁ କୌଣସି ଅଲଗା ସୁବିଧା କରିନଥିଲେ । ’ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପରିବାର ଓ ନିଜର କର୍ମଚାରୀଙ୍କ ସହ କଥା ହେଲେ । ଏବଂ ମହିଳାଙ୍କୁ ଭିଭିଆଇପି ବିଶ୍ରାମକକ୍ଷ ରେ ଆରାମ କରିବାକୁ କହିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି , ‘ମୋତେ କୁହାଯାଇଥିଲା କି ସେ ଆଇଭିଏଫ୍ ପ୍ରେଗ୍ନେଂସିରେ ଥିଲେ । ଏବଂ ଡାକ୍ତରମାନେ ତାଙ୍କୁ  ଆରାମ କରିବାକୁ ଉପଦେଶ ଦେଇଥିଲେ । ଆଉ ସେହି ମହିଳାଙ୍କୁ ଆରାମ ନିହାତି ଜରୁରୀ ଥିଲା । ’

( ସୌଜନ୍ୟ- ନବଭାରତ ଟାଇମ୍ସ)