ପଦ୍ମାବତ ଭଳି ମଣିକର୍ଣ୍ଣିକା ସିନେମାକୁ ବିରୋଧ କରୁଥିଲା କରଣୀ ସେନା ! ଏଭଳି ଧମକ ଦେଲେ ବଲିଉଡ୍ କୁଇନ୍ ,ପାଟି ଖୋଲିପାରୁନି ସେନା ।

161

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସୀ’ ରିଲିଜ୍ ଅପେକ୍ଷାରେ ଥିବା ବେଳେ ଏହି ଫିଲ୍ମକୁ କର୍ଣ୍ଣି ସେନା ବିରୋଧ କରୁଥିବାର ଖବର ମିଳିଥିଲା । ଫିଲ୍ମ ‘ପଦ୍ମାବତ’ ପରେ ‘ମଣିକର୍ଣ୍ଣିକା’କୁ ନେଇ କର୍ଣ୍ଣି ସେନା ବିରୋଧ କରୁଥିବା ଜଣା ପଡ଼ିଥିଲା। ଫିଲ୍ମକୁ ରିଲିଜ୍ କରାଗଲେ ଏହାର ଫଳାଫଳ ଭୟାବହ ହେବ ବୋଲି ସେନା ପକ୍ଷରୁ କୁହାଯାଇଥିବା ବେଳେ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ କଙ୍ଗନା । ଯଦି ସେମାନେ ଫିଲ୍ମ ରିଲିଜ୍ କରିବାରେ କୌଣସି ଅସୁବିଧା ସୃଷ୍ଟି କରନ୍ତି ବା ମୋତେ କୌଣସି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସମସ୍ତଙ୍କୁ ଧ୍ୱଂସ କରିଦେବି ବୋଲି କଙ୍ଗନା କହିଥିଲେ । କଙ୍ଗନାଙ୍କ ଏଭଳି ଧମକ ପରେ ଏବେ ନିଜକୁ ନିର୍ଦ୍ଦୋଷ ବୋଲି କହିଛି କରଣୀ ସେନା । ଆମେ ଫିଲ୍ମକୁ ବିରୋଧ କରୁ ନାହୁଁ ବୋଲି କହିଛି କରଣୀ ସେନା ।

ସେନାର ରାଷ୍ଟ୍ରୀୟ ପ୍ରବକ୍ତା ହିମାଂଶୁଙ୍କ କହିବା ଅନୁଯାୟୀ,”ରାଜପୁତ୍ କରଣୀ ସେନାର ନାଁକୁ ଖରାପ କରାଯାଉଛି । କିଛି ଲୋକ ନିଜର ବ୍ୟକ୍ତିଗତ କାରଣ ପାଇଁ ସେନାର ନାଁ ଖରାପ କରୁଛନ୍ତି । ଯଦି କୌଣସି ସଂପ୍ରଦାୟ ବା କୌଣସି ପରିବାର ଆମ ପାଖରେ ପହଞ୍ଚି କୌଣସି ଫିଲ୍ମକୁ ନେଇ ଆପତ୍ତି କରିଥାଏ- ତେବେ, ଆମେ ପ୍ରଥମେ ଫିଲ୍ମ ବିଷୟରେ ଭଲ ଭାବରେ ଜାଣିବା ପରେ ଯଦି ଆମକୁ ଅଭିଯୋଗ ଆଣିଥିବା ଲୋକଙ୍କ କଥା ସତ ବୋଲି ଲାଗେ, ତେବେ ଯାଇ ଆମେ ବିରୋଧ କରିଥାଉ । ଏ ପର୍ୟ୍ୟନ୍ତ ମଣିକର୍ଣ୍ଣିକାକୁ ନେଇ ସେଭଳି କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । କେହି ଆମ ସେନର ନାଁକୁ ବ୍ୟବହାର କରି ଏପରି କରୁଥିବା” ସେ କହିଛନ୍ତି ।