ଆଜି ଓଡିଶା ଆସୁଛନ୍ତି ମାଣିକ ସରକାର ! ଉନ୍ମୋଚନ କରିବେ ପାଟକୁରା ଗାନ୍ଧିଙ୍କ ଜୀବନ ପୁସ୍ତକ

39

କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ତ୍ରିପୁରାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର । ଆଜି ସେ ଓଡିଶା ପହଂଚିବେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ଭୁବନେଶ୍ୱରରେ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ଜୀବନୀ ପୁସ୍ତକ ‘ସାୟାହ୍ନର ସ୍ମୃତି’କୁ ସେ ସରକାର ଉନ୍ମୋଚନ କରିବେ । ଏହି ପୁସ୍ତକକୁ ରଚନା କରିଛନ୍ତି ରାଜକିଶୋରଙ୍କ ପତ୍ନୀ ନିର୍ମଳପ୍ରଭା ନାୟକ ।

ପୁସ୍ତକ ଉନ୍ମୋଚନୀ ସମାରୋହ ଜୟଦେବ ଭବନରେ ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେଇ ମାଣିକ ସରକାର ପରିପୂର୍ଣ୍ଣତାର ପ୍ରତିଷ୍ଠା ଓ ରାଜନୀତିରେ ମୂଲ୍ୟବୋଧ ଶୀର୍ଷକ ସ୍ମାରକୀ ବକୃତା ଦେବେ ବୋଲି ଜଣାପଡିଛି । ଓଡିଶା ଗସ୍ତରେ ଆସୁଥିବା ମାଣିକ ସରକାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିବେ ନା ନାହିଁ ସେନେଇ ଚିତ୍ର ଅସ୍ପଷ୍ଟ ରହିଛି । ତ୍ରିପୁରାରେ ୨୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଳାଇଥିବା ମାନିକ ସରକାର ଏବେ ବିରୋଧୀ ଦଳ ନେତା ଅଛନ୍ତି ।