ଦେଶରେ ଆତଙ୍କବାଦ ମୃତ୍ୟୁକୁ ମଧ୍ୟ ଟପିଗଲା ମ୍ୟାନହୋଲ୍ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ତାଲିକାରେ ଓଡିଶାର ସ୍ଥାନ କେତେ ? ଜାଣନ୍ତୁ

38

କନକ ବ୍ୟୁରୋ : ଦେଶରେ ବଢ଼ିଚାଲିଛି ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟା । ଏପରିକି ଆତଙ୍କବାଦ ମୃତ୍ୟୁକୁ ମଧ୍ୟ ଟପି ଯାଇଛି ଖାଲରେ ପଡ଼ି ମୃତ୍ୟୁ ସଂଖ୍ୟା । ୨୦୧୭ ମସିହାରେ ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟା ୩୫୯୭କୁ ଛୁଇଁଛି । ତଥ୍ୟ କହୁଛି ୨୦୧୬ ମସିହାଠାରୁ ଏହା ୫୦ ପ୍ରତିଶତ ଅଧିକ । ୨୦୧୬ରେ ୨୩୨୪ ଜଣ ବ୍ୟକ୍ତି ମ୍ୟାନହୋଲରେ ପଡ଼ି ମୃତ୍ୟୁବରଣ କରିଥିଲେ ।

୨୦୧୭ରେ ଉତ୍ତର ପ୍ରଦେଶରେ ୯୮୭ଜଣ, ମହାରାଷ୍ଟ୍ରରେ ୭୨୬ଜଣ, ହରିଆଣାରେ ୫୨୨ଜଣ ଓ ଗୁଜରାଟରେ ୨୨୮ଜଣ ବ୍ୟକ୍ତି ଡ୍ରେନ୍ ଖାଲରେ ପଡ଼ି ପ୍ରାଣ ହରାଇଛନ୍ତି । ସେହିପରି ୨୦୧୬ ମସିହାରେ ମ୍ୟାନ୍ ହୋଲ ମୃତ୍ୟୁରେ ଓଡ଼ିଶା ଦେଶରେ ୩ୟ ସ୍ଥାନରେ ରହିଥିଲା ଓ ଏହି ବର୍ଷ ୨୦୮ଜଣ ବ୍ୟକ୍ତି ଓଡ଼ିଶାରେ ପ୍ରାଣ ହରାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ମସିହାରେ ଦେଶରେ ଆତଙ୍କବାଦ ଜନିତ ମୃତ୍ୟୁ ସଂଖ୍ୟା ୮୦୩ ଥିଲା । ଯାହାକି ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟାଠାରୁ ତୁଳନାତ୍ମକ ଭାବେ କମ୍ ।