ଆମ୍ବ ଟାକୁଆ ପାଲଟିଲା ବିଷ : ୧୬ ବର୍ଷ ପରେ ପୁଣି ଚର୍ଚ୍ଚାରେ କାଶୀପୁର

35

ରାୟଗଡ଼ା : ଏଇ ଆମ୍ବ ଟାକୁଆ ଜାଉରୁ ପୁରୁଛି ଗରିବ ମଣିଷଙ୍କ ପେଟ। ଖାଦ୍ୟାଭାବରୁ ଗୋଟିଏ ଓଳି ଭାତ ଖାଇଲେ ଆର ଓଳିକି ଜାଉ ହିଁ ଭରସା। କାହିଁକି ନା’ ନିଅଂଟ ପଡୁଛି ସରକାର ଯୋଗାଇ ଦେଉଥିବା ଚାଉଳ। ଆଉ ଏବେ ଜାଉ ପାଇଁ ଯାଉଛି ଜୀବନ। ଦିନ କେଇଟା ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଦୀର୍ଘ ୧୫ ବର୍ଷ ପରେ ରାୟଗଡ଼ାରେ ଆମ୍ବା ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ପୁନରାବୃତି ହୋଇଛି। ଜଳଝୋରୀ ପଂଚାୟତ ସିପିଯୋଡ଼ ଗାଁର ୩ଟି ପରିବାରର ୧୦ ଏବେ ଗୁରୁରତ ଅବସ୍ଥାରେ କାଶୀପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗାଁରେ ବି ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପଡ଼ି ରହିଛନ୍ତି ।

ପ୍ରଥମେ ରଞ୍ଜନ ମାଝୀ ଆଉ ଏବେ ନିରଂଜନ ମାଝୀ। ଅବେଳାରେ ଝଡିଯାଇଛି ଦୁଇଟି ଜୀବନ। କୁହାଯାଉଛି ଆମ୍ବ ଟାକୁଆ ଜାଉ ଖାଇ ଏମାନେ ଅସୁସ୍ଥ ହୋଇପଡ଼ିିଥିଲେ। ପରେ ଜୀବନ ଚାଲିଯାଇଥିଲା। ଏପଟେ ଘଟଣା ନେଇ ସଫେଇ ଦେଇଛି ଜିଲ୍ଲା ପ୍ରଶାସନ। ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

କେହି ଭୋକିଲା ରହିବେ ନାହିଁ-ଏହି ଲକ୍ଷ୍ୟରେ ସରକାର ବିଭିନ୍ନ ସରକାରୀ ଯୋଜନାର ପସରା ମେଲାଇଛନ୍ତି । ହେଲେ ଉପାନ୍ତ ରାୟଗଡ଼ା ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତ୍ୟୁ ହେବା ଘଟଣା ଯେମିତି ସଂପୂର୍ଣ୍ଣ ବ୍ୟବସ୍ଥାକୁ ଉପହାସ କରୁଛି।

ଏହାସହ ଦେଖନ୍ତୁ ଏହି ଭିଡିଓ –