ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା : ରାୟଗଡା କାଶୀପୁର ଗଲା କଂଗ୍ରେସର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ

32

ରାୟଗଡା : କାଶିପୁରରେ ଆମ୍ଭ ଟାକୁଆ ଜାଉ ଖାଇ ହୋଇଥିବା ଘଟଣାର ଅନୁସନ୍ଧାନ ପାଇଁ ଗଲେ କଂଗ୍ରେସର ଅନୁସନ୍ଧାନକାରୀ ଦଳ। ବିରୋଧୀଦଳ ମୂଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ତିନି ଜଣିଆ ଦଳ ଯାଇଛନ୍ତି କାଶିପୁର। ବିଧାୟକ କୃଷ୍ଣଚନ୍ଦ୍ର ସଗଡିଆ ଓ ବିଧାୟକ ଚନ୍ଦ୍ର ଶେଖର ମାଝୀ ଏହି ଦଳରେ ସାମିଲ ହୋଇଛନ୍ତି । ମୃତକ ଓ ଚିକିତ୍ସାଧୀନ ଥିବା ଲୋକଙ୍କ ପରିବାରକୁ ଭେଟିବେ ସ୍ଥିତି ପରଖିବ କଂଗ୍ରେସର ଏହି ଟିମ୍। ଆମ୍ଭ ଟାକୁଆ ଜାଉ ଖାଇ ୩ଜଣ ମୃତ୍ୟୁବରଣ କରିଥିବାର ଅଭିଯୋଗ ହୋଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ।