ମୁଁ ବି ଖାଇଛି ଆମ୍ବ ଟାକୁଆ : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଏହି ମତକୁ ନେଇ ବିବାଦ ଆରମ୍ଭ

31

କନକ ବ୍ୟୁରୋ : ମୁଁ ବି ଖାଇଛି ଆମ୍ବ ଟାକୁଆ। ଏଥିରେ କିଛି ଅସୁବିଧା ନାହିଁ। ଏଭଳି ବିବାଦୀୟ ମତ ରଖିଛନ୍ତି ଖୋଦ୍ ଆଦିବାସୀ କଲ୍ୟାଣ ମନ୍ତ୍ରୀ। ବିଜେଡି ସରକାରଙ୍କ ଏହି ମନ୍ତ୍ରୀ କହିଛନ୍ତି , ଆମ୍ବ ଟାକୁଆକୁ ପୂଜା କରାଯାଏ। ତାପରେ ତାକୁ କୁଟି ଭଲ ଭାବରେ ଧୋଇ ପରିଷ୍କାର କରି ଖାଇଲେ କିଛି ଅସୁବିଧା ନାହିଁ । ରାୟଗଡାର କାଶୀପୁରରେ ଆମ୍ବ ଟାକୁଆ ଖାଇ ଲୋକେ ପ୍ରାଣ ହରାଉଥିବା ବେଳେ ଖୋଦ୍ ଶାସକ ଦଳର ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି।