କନକ ନ୍ୟୁଜର ପ୍ରଭାବ : ମାଲକାନଗିରିରେ ଆମ୍ବର ଅଭାବୀ ବିକ୍ରି ନେଇ ଚେତିଲା ପ୍ରଶାସନ

35

କନକ ବ୍ୟୁରୋ :  କନକ ନ୍ୟୁଜର ପ୍ରଭାବ । ମାଲକାନଗିରିରେ ଆମ୍ବର ଅଭାବି ବିକ୍ରିକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଜିଲ୍ଲାପାଳ ସହିଦ ଲକ୍ଷଣ ନାୟକ ଡେଭଲପମେଂଟ ସୋସାଇଟି, ଓଡ଼ିଶା ଜୀବିକା ମିଶନ ଓ ନାବାର୍ଡ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି ।

ଚାଷୀଙ୍କ ଠାରୁ ଆମ୍ବ କିଣିବା ଲାଗି ଓଡ଼ିଶା ଜୀବିକା ମିଶନକୁ ଦାୟିତ୍ୱ ଦିଆଯାଇଛି । ମିଶନର କର୍ମକର୍ତ୍ତା ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆମ୍ବ କିଲୋପ୍ରତି କୋରାପୁଟରେ ୫୦ ଓ ମାଲକାନଗିରିରେ ୫ଟଙ୍କାରେ ବିକ୍ରି ହେଉଥିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ସାମ୍ନାକୁ ଆସିଥିଲା ସରକାରଙ୍କ ବିଚିତ୍ର ନୀତି । କୋରାପୁଟରୁ ଦିଲ୍ଲୀର ଏକ ସଂସ୍ଥା ମାଧ୍ୟମରେ ୫୦ ଟଙ୍କାରେ ଆମ୍ବ ବିକ୍ରି ହେଉଛି । ଆଉ ଏପଟେ ମାଲକାନଗିରିରେ ଚାଷୀ କିଲୋ ପିଛା ୫ ଟଙ୍କାରେ ବିକ୍ରି ହେଉଛି ।

ଏହାରି ଭିତରେ କଳାହାଣ୍ଡିରେ ଦେଖାଦେଇଛି ଆମ୍ବର ଅଭାବୀ ବିକ୍ରି । ଜିଲ୍ଲାରେ ଏବର୍ଷ ଟନ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି । ହେଲେ ଶୀତଳ ଭଣ୍ଡାର ଏବଂ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଚାଷୀ । ଜୟପୁରରେ ଓରମାସ ଜରିଆରେ ଦିଲ୍ଲୀର ମଦର ଡ଼ାଏରୀ ସଂସ୍ଥାକୁ ୫୦ ଟଙ୍କାରେ ଆମ୍ବ ବିକ୍ରି ହେଉଛି । ହେଲେ ମାଲାକାନଗିରିରେ ଆମ୍ବ କିଲୋକୁ ୫ରୁ ୧୦ ଟଙ୍କା । ଏଠି କାମ କରୁନି ସରକାରଙ୍କ ପଂଚାୟତିରାଜ ବିଭାଗର ମିଶନ ।

ଦେଖନ୍ତୁ ଏହି ଭିଡ଼ିଓ –