ଦିନକୁ ଦିନ ଗୁରତର ହେବାକୁ ଲାଗିଛି ମଙ୍ଗଳା ମୁହାଣର ସ୍ଥିତି

31

କନକ ବ୍ୟୁରୋ : ଦିନକୁ ଦିନ ଗୁରତର ହେବାକୁ ଲାଗିଛି ମଙ୍ଗଳା ମୁହାଣର ସ୍ଥିତି । କେତେବେଳେ ମୁହାଣ ପୋତି ହୋଇଯାଉଛି ତ କେତେବେଳେ ଆଉ ଏକ ନୂଆ ମୁହାଣ ଖୋଲୁଛି । ଗତ କିଛିଦିନ ତଳେ ଜଳ ସଂପଦ ବିଭାଗ ପକ୍ଷରୁ  ମୁହାଣ ଖୋଳିବା ପାଇଁ ନିଷ୍ପତି ନିଆଯାଇଥିଲା । କିନ୍ତୁ ସମୁଦ୍ର ଅଶାନ୍ତ ଥିବାରୁ ମୁହାଣ ଖୋଳିବା ସମ୍ଭବପର ହୋଇପାରୁନାହିଁ ।

ମଙ୍ଗଳା ମୁହାଣର ପରିସ୍ଥିତି ସଂକଟାପର୍ଣ୍ଣ । କେତେବେଳେ ମଙ୍ଗଳା ନଦୀ ଭାଙ୍ଗି ପୁରୀ ସହରରେ ପାଣି ପ୍ରବେଶ କରିବ ତାକୁ ନେଇ ସମସ୍ତେ ଭୟରେ । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ସଂପଦ ବିଭାଗର ଅଧିକାରୀ ଓ ଉପଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –