ମନ୍ଦସୋର ଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ମିଳିବ ଫାଶୀ : ୫୫ ଦିନ ମଧ୍ୟରେ ଆସିଲା ନିଷ୍ପତ୍ତି

62

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମନ୍ଦସୋରରେ ୭ ବର୍ଷର ନାବାଳିକା ସହ ନିର୍ଭୟା ପରି ପୈଶାଚିକ ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଉଭୟ ଅଭୁଯୁକ୍ତ ଗତ ୨୬ ଜୁନରେ ଏପରି ଘୃନ୍ୟ କାମ କରିିଥିଲେ । ୨୬ତାରିଖ ଦିନ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଏହି ୮ବର୍ଷର କୁନି ଝିଅଟିକୁ କିଛି ସ୍ଥାନୀୟ ଯୁବକ ଚକୋଲେଟ୍ ଲୋଭ ଦେଖାଇ ସ୍କୁଲରୁ ନେଇଯାଇଥିଲେ । ନିକଟରେ ବନ୍ଦ୍ ପଡିଥିବା ଏକ ପ୍ଲାଂଟ ମଧ୍ୟରେ ସେମାନେ ନାବାଳିକାକୁ ଗଣଦୁଷ୍କର୍ମ କରିିଥିଲେ । ଏହାପରେ ଏହି ନରପିଶାଚମାନେ ଝିଅଟିର ଶରୀରର ଅନେକାଂଶକୁ କାମୁଡି କ୍ଷତାକ୍ତ କରିଦେଇଥିଲେ । ଏଭଳି ପୈଶାଚିକ କାଣ୍ଡ ଘଟାଇବା ପରେ ନିକଟସ୍ଥ ବୁଦାମୂଳେ ଝିଅଟିକୁ ଫୋପାଡି ଦେଇ ଚାଲି ଯାଇଥିଲେ । ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ।

ଘଟଣା ପରେ ପୋଲିସ୍ ମାତ୍ର ୪୮ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ପ୍ରଥମେ ଅଭିଯୁକ୍ତ ଇରଫାନକୁ ଗିରଫ କରିିଥିଲା । ଆଉ ତା’ପରେ ଆସିଫକୁ ଗିରଫ କରିଥିଲା । ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ମନ୍ଦସୋର କୋର୍ଟରେ ନିଆଯାଇଥିଲ । ଆଉ ତା’ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିଲ । ତେବେ ଏଘଟଣା ଘଟିବା ପରେ ଜନତା ଅଭିଯୁକ୍ତ ମାରିବା ପାଇଁ ରକ୍ତମୁଖା ପାଲଟି ଯାଇଥିଲେ । ଏଥିପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଦୁଇ ଅଭିଯୁକ୍ତଙ୍କୁ ରଖାଯାଇଥିଲା ।

ଉତ୍ୟକ୍ତ ଜନତାଙ୍କୁ ଦେଖି ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଦାଲତରେ ଅଭିଯୁକ୍ତଙ୍କୁ ଅଣାଯାଇଥିଲା । ତେବେ ୫୫ ଦିନ ମଧ୍ୟରେ ଉଭୟ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ସୂଚନା ଅନୁସାରେ ପୀଡ଼ିତା ନାବାଳିକାର ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଅପରେସନ କରିବା ପାଇଁ ଡାକ୍ତରଙ୍କୁ ୭ ଘଂଟା ସମୟ ଲାଗିଥିଲା । ଏହାସହ ପୀଡ଼ତାର ବେକରେ ସାତୋଟି ଷ୍ଟିଚ୍ ମଧ୍ୟ ପଡ଼ିଥିଲା । ନାକରେ ମଧ୍ୟ ଗଭୀର ଆଘତ ଯୋଗୁଁ ଟ୍ୟୁବ ଲଗାଇବା ପାଇଁ ପଡ଼ିଥିଲା । ମୁହଁରେ ଥିବା ଘା ଢ଼ାଙ୍କିବା ପାଇଁ ଲ୍ୟୁକୋପ୍ଲାଷ୍ଟି କରାଯାଇଥିଲା । ପୀଡ଼ତାଙ୍କ ସହ ଏଭିଳ ପୈଶାଚିକ ବ୍ୟବହାର କରାଯାଇଥିଲା ଯେ ତାକୁ ଏଥିରୁ ବାହାରିବା ପାଇଁ ବହୁତ ସମୟ ଲାଗିବ ବୋଲି କହିଥିଲେ ଡକ୍ଟର ।