ପୂର୍ବତନ କ୍ରିକେଟ୍ ଉପସ୍ଥାପିକା ହେଲେ କମେଂଟର ଶିକାର ! ସୋଲିଆଲ ମିଡିଆରେ ନିଜ ଫଟୋ ଅପଲୋଡ୍ କରି କମେଂଟର ଶିକାର ହେଲେ ମନ୍ଦିରା

49

ପୂର୍ବତନ କ୍ରିକେଟ୍ ଉପସ୍ଥାପିକା ମନ୍ଦିରା ବେଦୀ ସୋଲିଆଲ ମିଡିଆରେ ନିଜ ଫଟୋ ଅପଲୋଡ୍ କରି ଅଶ୍ଲୀଳ କମେଂଟର ଶିକାର ହୋଇଛନ୍ତି । ତେବେ ଫଟୋଟିକୁ ସେ ଏକ ବିକିନି ପିନ୍ଧି ସୁଇମିଙ୍ଗ୍ ପୁଲରେ ଜଳକ୍ରୀଡା ବେଳେ ଉଠାଇ ଥିଲେ । ଆଉ ଏହାକୁ ସେ ତାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ୍ ପେଜରେ ଅପଲୋଡ୍ କରିଥିଲେ । ଆଉ ଏହାପରେ ତାଙ୍କ କମେଂଟ ବକ୍ସ ଭର୍ତ୍ତି ହୋଇଯାଇଥିଲା ଅସଂଖ୍ୟ ଅଶ୍ଳୀଳ କମେଂଟରେ ।

କେହି କେହି ମନ୍ଦିରାଙ୍କ ଶାରୀରିକ ଗଠନର ପ୍ରଶଂସା କରିଥିବା ବେଳେ କେହି କେହି ତାଙ୍କ ଚରିତ୍ରକୁ ଆରୋପ କରିଛନ୍ତି। ଏହାଛଡ଼ା କିଛି ଅସାମାଜିକ ବ୍ୟକ୍ତି ତାଙ୍କ ସହ ଗୋଟାଏ ରାତି ବିତେଇବାକୁ ଇଚ୍ଛୁକ ବୋଲି କମେଂଟ ବକ୍ସରେ ମଧ୍ୟ ଉଲ୍ଲେଖ କରିଛନ୍ତି।