ହାଡଭଙ୍ଗା ଶୀତରେ ମଣ୍ଡିରେ ପାହିଲା ରାତି : ଓଡଗାଁ ବ୍ଲକ ଧାନଶିଶା ଗାଁରେ ମିଲରଙ୍କ ମନମାନି ଯୋଗୁଁ ଧାନ ଜଗି ଶୋଇଲେ ଚାଷୀ

ବାହାର ବେପାରୀଙ୍କୁ ବିକିବାକୁ ଧମକ

56

କନକ ବ୍ୟୁରୋ : ମଣ୍ଡିରେ ପାହିଲା ରାତି । ହାଡଭଙ୍ଗା ଶୀତରେ ମଣ୍ଡିରେ ଧାନ ଜଗି ଶୋଇଲେ ଚାଷୀ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡଗାଁ ବ୍ଳକ ଧାନଶିଶା ଗାଁ ମଣ୍ଡିରେ । ଗତକାଲି ଅପରାହ୍ନରେ ମଣ୍ଡିରେ ବିକିବାକୁ ଆଖପାଖ ଗାଁର ୧୨ ରୁ ୧୫ ଚାଷୀ ଶଗଡରେ ଧାନ ବୋହି ଆଣିଥିଲେ । ତେବେ ମିଲର କ୍ୱିଂଟାଲ ପିଛା ୫ ରୁ ୬ କେଜି କଟନି କାଟିବାକୁ କହିଥିଲା । ଏହାକୁ କିନ୍ତୁ ଚାଷୀ ବିରୋଧ କରିବା ସହ ୨ ରୁ ୩ କେଜି କାଟିବାକୁ ପ୍ରସ୍ତାବ ରଖିଥିଲେ । ଏଥିରେ ଅରାଜି ହୋଇ ମିଲର ଫେରିଯାଇଥିଲା । ଫଳରେ ନିଜ ଧାନ ଜଗି ମଣ୍ଡିରେ ସାରା ରାତି ଶୋଇବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଆଜି ବାହାର ବେପାରୀ କୁ ଧାନ ବିକିବେ ବୋଲି କହିଛନ୍ତି ଚାଷୀ ।

ସୂଚନାଯୋଗ୍ୟ ରାଜଧାନୀରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଆଜି ପାରଦ ୯.୫ଡିଗ୍ରିକୁ ଖସିଛି । ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ସର୍ବନିମ୍ନ ତାପମାତ୍ରା । ଗତ ସପ୍ତାହ ହେଲା ରାଜଧାନୀର ତାପମାତ୍ରା ୧୦ରୁ ୧୩ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଆଜି ହଠାତ୍ ୧୦ଡିଗ୍ରି ତଳକୁ ଖସିଯାଇଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି ଆଉ ତିନିରୁ ଚାରିଦିନ ପର‌୍ୟ୍ୟନ୍ତ ରାଜଧାନୀବାସୀଙ୍କୁ ଜାଡ଼ରୁ ରକ୍ଷା ମିଳିବନି । ନୂ୍ଆବର୍ଷ ପହିଲାରୁ ତାପମାତ୍ରା ପ୍ରାୟ ୨ଲ୍କ ବଢ଼ିବ । ଆସନ୍ତାକାଲିଠାରୁ ଏହା ଧୀରେ ଧୀରେ ବୃଦ୍ଧି ପାଇ ପହିଲା ବେଳକୁ ୧୨ଲ୍କରେ ପହଞ୍ଚିପାରେ ।