ଓଡ଼ିଶାକୁ ଗର୍ବିତ କଲେ ମନଷା ! ଦେଶର ସର୍ବକନିଷ୍ଠ ଏଆଇସିସି ସଦସ୍ୟ ହେଲେ ନବରଙ୍ଗପୁର ଝିଅ

40

କନକ ବ୍ୟୁରୋ : ପ୍ରକାଶ ପାଇଛି ଏଆଇସିସିର ତାଲିକା । ଓଡ଼ିଶାରୁ ୭୮ ଜଣ ଏଆଇସିସି ତାଲିକାରେ ସ୍ଥାନ ପାଇଛନ୍ତି । ଏପରିକି ଅନେକ ହେଭିୱେଟ ନେତାଙ୍କୁ ଲାଗିଛି ଜବରଦସ୍ତ ଝଟକା । ବିଧାୟକ ଥିବା ୯ ଜଣଙ୍କୁ ମଧ୍ୟ ଏଆଇସିସିରେ ସ୍ଥାନ ମିଳିନାହିଁ । ଏଭଳି ସମୟରେ ଏଆଇସିସିର ସର୍ବକନିଷ୍ଠ ସଦସ୍ୟ ହୋଇଛନ୍ତି ଓଡିଆ ଝିଅ ମନଷା ତ୍ରିପାଠୀ । ରାହୁଲଙ୍କ ୟଙ୍ଗ୍ ବ୍ରିଗେଡରେ ୨୦ବର୍ଷିୟ ମନଷାଙ୍କୁ ସ୍ଥାନ ମିଳିଛି ।

ନବରଙ୍ଗପୁର ଜିଲ୍ଲାର ମନଷା ନବରଙ୍ଗପୁର କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ । ରାଜନୀତି ବିଜ୍ଞାନରେ ସମ୍ମାନ ବିଷୟ ନେଇ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପଢୁଥିବା ମନଷା ସମାଜସେବାରେ ମଧ୍ୟ ଜଡିତ ଅଛନ୍ତି । ଏଆଇସିସିର ସଦସ୍ୟ ହେବା ପରେ ମନଷା ବହୁତ ଖୁସୀ ବୋଲି ପ୍ରକାଶ କରିିଛନ୍ତି ।ବଡ ବଡ ନେତାଙ୍କ ସହ ଷ୍ଟେଜ ସେୟାର କରିଛନ୍ତି ମନଷା । ଏହା ତାଙ୍କ ପାଇଁ ଗର୍ବ ବୋଲି ସେ କହିଛନ୍ତି । ମନଷାଙ୍କ ଏଭଳି ସଫଳତାରେ ପୂରା ପରିବାରରେ ଖୁସିର ଲହରି ଖେଳି ଯାଇଛି ।