ମୁଖ୍ୟମନ୍ତ୍ରୀଙ୍କୁ ମାଲକାନଗିରି ବିଧାୟକଙ୍କ ଚିଠି : ଜଣେ ଅଣଓଡିଆ ଜିଲ୍ଲାପାଳଙ୍କ ପାଇଁ ପଂଚାୟତ ନିର୍ବାଚନ ହାରିଥିବା ଦର୍ଶାଇଲେ ମାନସ ମାଡକାମୀ

24

କନକ ବ୍ୟୁରୋ : ମାଲକାନଗିରି ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଜଣେ ଅଣଓଡିଆ ଜିଲ୍ଲାପାଳଙ୍କ ପାଇଁ ମାଲକାନଗିରିରେ ପଂଚାୟତ ନିର୍ବାଚନ ହାରିଲା ବିଜେଡି । ଆଗକୁ ପୌର ନିର୍ବାଚନ ଆସୁଥିବାରୁ ବିଜେଡି ସୁପ୍ରିମୋଙ୍କ ଏନେଇ ସତର୍କ କରାଇ ଦେଇଛନ୍ତି ବିଧାୟକ ।

ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସବୁ ଲୋକଙ୍କ ପାଖରେ ପହଂଚିବାରେ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଧା ସୃଷ୍ଟି କରୁଥିବା ଚିଠିରେ ଲେଖିଛନ୍ତି ମାନସ ମାଡକାମି । ସରକାର ଆରମ୍ଭ କରିଥିବା ଗ୍ରାମକାନ୍ଥ ପରାମ୍ବୋକ ପଟ୍ଟା ବଂଟନରେ ଜିଲ୍ଲାପାଳ ଅବହେଳା କରୁଥିବା ନେଇ ସେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସêପ୍ରିମୋଙ୍କୁ ଜଣାଇଛନ୍ତି ।

ସେହିପରି ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାରେ କିଭଳି ୪୫୦ଜଣ ଶିକ୍ଷକଙ୍କ ବଦଳି କରିଦିଆଗଲା ସେନେଇ ମଧ୍ୟ ଉଲ୍ଲେଖ କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ଏକଚାଟିଆ ନିଷ୍ପତ୍ତି ଯୋଗୁଁ ଶିକ୍ଷକମାନେ ବିଜେଡି ବିରୋଧୀ ହୋଇଗଲେ ବୋଲି ସେ ତାଙ୍କ ଚିଠିରେ ଲେଖଛନ୍ତି । କେବଳ ଜିଲ୍ଲାପାଳ ନୁହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୁର୍ନୀତିର ଗନ୍ତାଘର ବୋଲି ସେ ଅଭିଯୋଗ କରିଛନ୍ତି । ଜଣେ ଅଣଓଡିଆ ଜିଲ୍ଲାପାଳ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ମଧ୍ୟ ସେ ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।