ମ୍ୟାନେଜରଙ୍କ ସାନ ଭାଇ ସନ୍ତୋଷ ବ୍ରହ୍ମପୁରରେ ଚିକିତ୍ସାଧିନ : ବୟାନ ରେକର୍ଡ ପାଇଁ ମେଡିକାଲରେ ମାଜିଷ୍ଟ୍ରେଟ

29

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗୁରୁତର ଅବସ୍ଥାରେ ମ୍ୟାନେଜରଙ୍କ ସାନ ଭାଇ ସନ୍ତୋଷ ପାତ୍ରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ଆଶା କରାଯାଉଛି ତାଙ୍କ ଠାରୁ ଅନେକ ରହସ୍ୟର ପର୍ଦ୍ଦାଫାଶ ହେବ । ଅନଙ୍ଗ ମଞ୍ଜରୀଙ୍କ ପରିବାର ଲୋକେ କହିଛନ୍ତି, ସେମାନେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚାନେଲ ଓ ବିଧାୟକଙ୍କ ବିରୋଧରେ ଏତଲା ଦେବେ । ଏସବୁ ପରେ ତଦନ୍ତ ଆରମ୍ଭ ହେବ ଓ ଅନେକ ତଥ୍ୟ ସାମ୍ନାକୁ ଆସିବ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଅନଙ୍ଗମଞ୍ଜରୀଙ୍କ ପରିବାର ଆଉ କ’ଣ ଫେରିଆସିବ । ଆଉ ଏହି ମର୍ମନ୍ତୁଦ ଘଟଣା ପାଇଁ କିଏ ଦାୟୀ ରହିବ ? ସେପଟେ ଚିକିତ୍ସିତ ହେଉଥିବା ସନ୍ତୋଷ ପାତ୍ର ଓରଫ ଟୁଲୁଙ୍କ ବୟାନ ରେକର୍ଡ କରିବାକୁ ବ୍ରହ୍ମପୁର ମେଡିକାଲ ପହଂଚିଥିଲେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ । କିନ୍ତୁ ସେ ସଂଜ୍ଞାହୀନ ଅବସ୍ଥାରେ ଥିବାରୁ ବୟାନ ରେକର୍ଡ ହୋଇପାରିନାହିଁ। ଅନ୍ୟପଟେ ସନ୍ତୋଷଙ୍କ ସଂଜ୍ଞା ଫେରିବା ପରେ ବୟାନ ରେକର୍ଡ କରାଯିବ ବୋଲି ସେ କହିଛନ୍ତି ।