ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲ ଗଠନ ସଂପର୍କରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ । ଜାନୁୟାରୀ ତୃତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି

31

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଂଚିଯାଇଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଜାନୁଆରୀ ତୃତୀୟ ସପ୍ତାହରେ ହେବ । ଟ୍ରିବ୍ୟୁନାଲ ବାବଦରେ ସୁପ୍ରିମକୋର୍ଟ ନିଷ୍ପତି ନେବେ । ଏପାଇଁ କେନ୍ଦ୍ରଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି ସତ୍ୟପାଠ ଦାଖଲ କରାଯାଇଥିଲା । ଏହାର ପ୍ରତିବାଦରେ ଓଡିଶା ସୁପ୍ରିମକୋର୍ଟରେ କ୍କୋର ରଖି ଟ୍ରିବ୍ୟୁନାଲ ଗଠନ ପାଇଁ ଯୁକ୍ତି ବାଢିଥିଲା । ଆଜି ଏହାର ଶୁଣାଣି ଘୁଂଚିଯାଇଛି ।

ଗତବର୍ଷ ଡିସେମ୍ବରରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ସମାଧାନ ସହ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଥିଲେ । ତେବେ କୋର୍ଟ ଛତିଶଗଡର ବ୍ୟାରେଜ ଉପରେ କୌଣସି  ରହିତାଦେଶ ଜାରି କରିନାହାନ୍ତି ।