ଗୋଟିଏ ହାତ ନାହିଁ ! ତଥାପି ସେ ହାର ମାନିନାହାନ୍ତି, ପରିବାର ପ୍ରତିପୋଷଣ ପାଇଁ ଦିନରାତି କରୁଛନ୍ତି ରାସ୍ତାକାମ ।

33

ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ । କିନ୍ତୁ ସେଗୁଡିକୁ ଯିଏ ଖାତିର ନକରି ଆଗକୁ ବଢିଥାଏ ସିଏ ହିଁ ପ୍ରକୃତ ହିରୋ ହୋଇଥାଏ । ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଦିନେଶ କୁମାର । ଦିନେଶ ଜଣେ ସାଧାରଣ ଲୋକ ଅଟନ୍ତି କିନ୍ତୁ ତାଙ୍କ ଧୈର୍ଯ୍ୟ ଏବଂ ଉଦ୍ୟମ ହିମାଳୟ ଭଳି ଅଟେ ।

ଦିନେଶ ଜଣେ ଦିନ ମଜୁରିିଆ ଅଟନ୍ତି । କିନ୍ତୁ ତାଙ୍କ କାହାଣୀ ଯିଏ ବି ଶୁଣିବ ସେମାନଙ୍କ ସାହାସ ବଢିଯିବ । ଯେଉଁଠି ଆମେ ଏକ ଛୋଟ ବିପଦକୁ ନେଇ ଡରି ଯାଇଥାଉ ସେଠାରେ ଗୋଟିଏ ହାତ ନଥାଇ ମଧ୍ୟ ଦିନେଶଙ୍କର ସାହାସ ଚଙ୍କାଣ ଭଳି ମଜଭୁତ ଅଟେ । ଆଉ ସେଥିପାଇଁ ଦିନ ଦ୍ୱିପହରର ଟାଣ ଖରାରେ ଦିନେଶ ନିଜ ଗୋଟିଏ ହାତରେ ୧୪ ଲେନ ବିଶିଷ୍ଟ ହାଇୱେକୁ ଆକାର ଦେବା ପାଇଁ କାମ କରୁଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬ବର୍ଷ ପୂର୍ବେ ସୁଲତାନପୁରରେ ରହୁଥିବା ଦିନେଶଙ୍କୁ କରେଣ୍ଟ ଲାଗିବା କାରଣରୁ ତାଙ୍କର ଗୋଟିଏ ହାତ କାଟିବାକୁ ପଡିଥିଲା । ୬ ଜଣ ପିଲାମାନଙ୍କର ବାପା ହୋଇଥିବା କାରଣରୁ ପରିବାରର ସମସ୍ତ ଦାୟିତ୍ୱ ଦିନେଶଙ୍କ ଉପରେ ହିଁ ଥିଲା । ଏଭଳି ପରିସ୍ଥିତିରେ ହାର ମାନିଯିବା ପରିବର୍ତ୍ତେ ଦିନେଶ ଗୋଟିଏ ହାତରେ ନିଜ ପରିବାରର ଦାୟିତ୍ୱ ନେବା ପାଇଁ କାମ ଆରମ୍ଭ କରିଦେଇଥିଲେ । ଏବେ ସେ ୧୪ ଲେନ ବିଶିଷ୍ଟ ଜାତୀୟ ରାଜପଥରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଦିନେଶ ସେହି ଲକ୍ଷ ଲକ୍ଷ ଲୋକମାନଙ୍କ ପାଇଁ ଉଦାହରଣ ଅଟନ୍ତି ଯେଉଁମାନେ ଥରେ ବିଫଳ ହେବା ପରେ ଆତ୍ମହରା ହୋଇପଡିଥାନ୍ତି କିମ୍ବା ଭାଗ୍ୟକୁ ଦୋଷ ଦେଇ ବସିପଡିଥାନ୍ତି ।