ମହାକାଳପଡାରେ ଅଭାବନୀୟ ଘଟଣା: ଥାନାରୁ ଚମ୍ପଟ ମାରି ଚୋରି ମାମଲାରେ ଅଟକ ଅଭିଯୁକ୍ତର ଆତ୍ମହତ୍ୟା

24

କନକ ବ୍ୟୁରୋ: କେନ୍ଦ୍ରାପଡାର ମହାକାଳପଡା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଏକ ଚୋରି ମାମଲାରେ ମାର୍ଶାଘାଇ ଥାନା ଅଂଚଳର ଅବିନାଶ ନାମକ ଜଣେ ଯୁବକଙ୍କୁ ପୋଲିସ ଆଣି ଅଟକ ରଖିଥିଲା । କିନ୍ତୁ ରାତି ପ୍ରାୟ ୧୦ଟାରେ ଅବିନାଶ ଶୌଚ ହେବାକୁ ଯାଇ ଫେରାର ହୋଇଯାଇଥିଲା ପୋଲିସ ବହୁତ ଖୋଜାଖୋଜି ପରେ ଅବିନାଶକୁ ପାଇନଥିଲା । ପରେ ଏକ ଘରୁ ସଂପୃକ୍ତ ଯୁବକର ମୃତଦେହ ମିଳିଛି । ପରିବାର ଲୋକେ ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।