ପୃଥିବୀର ଏମିତି ଜଣେ ମଣିଷ ଯାହାଙ୍କ ଶରୀରର ଗନ୍ଧରେ ମରିଯାନ୍ତି ମଶା, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

609

ପୃଥିବୀରେ ଏମିତି ଜଣେ ଜଣେ ମଣିଷ ଅଛନ୍ତି ଯାହାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରେ । ତାଙ୍କ ପାଖକୁ ଯିବା ମଧ୍ୟ ଅସମ୍ଭାଳ ହୋଇପଡେ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯାହାଙ୍ଗ ଶରୀରର ଗନ୍ଧରେ ମଣିଷ କ’ଣ ମଶା ବି ତାଙ୍କ ପାଖ ମାଡୁନାହାନ୍ତି । ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ଗନ୍ଧରେ ୬ ମିଟର ଦୂରରୁ ହିଁ ମଶା ମରିଯାଉଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମଣିଷ ଶରୀରରୁ ବି ଏମିତି ଗନ୍ଧ ବାହାରିପାରେ ବୋଲି ସେମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ତେଣୁ ଏକ ବୈଜ୍ଞାନିକ ଦଳ ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ରସାୟନ ପଦାର୍ଥକୁ ନେଇ ନିକଟରେ ଏକ ଗବେଷଣା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜୋ ବାମିରାମା । ଆଫ୍ରିକା ମହାଦେଶର ଉଗାଣ୍ଡାର ମୂଳ ବାସିନ୍ଦା । ତାଙ୍କୁ ପ୍ରାୟ ୪୮ ବର୍ଷ ବୟସ ହେବ । ତାଙ୍କ ଶରୀରର ଏହି ବିଶେଷ ଗୁଣ ଯୋଗୁଁ ତାଙ୍କ ଗାଁକୁ ମାରାତ୍ମକ ମ୍ୟାଲେରିଆ ପ୍ରକୋପରୁ ବଞ୍ଚାଇ ପାରିଛନ୍ତି ବୋଲି ନିଜେ ବାମିରାମ ଦାବି କରିଛନ୍ତି । ସେ କହିଛନ୍ତି, ତାଙ୍କ ଶରୀରର ସେହି ରସାୟନରୁ ମଶା ମାରିବା ଔଷଧ ପ୍ରସ୍ତୁତ କରିବା ନେଇ ଦେଶର ବହୁ ନାମିଦାମୀ କମ୍ପାନୀ ମାନେ ସ୍ଥିର କରିଛନ୍ତି । ଏମିତିକି ଏକ କମ୍ପାନୀ ମଧ୍ୟ ତାଙ୍କୁ ଏହି ବାବଦରେ ଆଗୁଆ ଅର୍ଥ ଦେଇସାରିଛି । କେତେକ ବୈଜ୍ଞାନିକମାନେ ମଧ୍ୟ ତାଙ୍କ ଶରୀରର ସେହି ରସାୟନକୁ ଅଧ୍ୟୟନ କରିବା ପାଇଁ ତାଙ୍କୁ ଅର୍ଥ ଦେଉଛନ୍ତି । ଯେତେବେଳେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ଜାଣିବାକୁ ଚେଷ୍ଟା କରାଯାଇଥିଲା ବାମିରାମା କହିଥିଲେ, ସେ ମଧ୍ୟ ଅନ୍ୟ ମାନଙ୍କ ପରି ସାଧାରଣ ଖାଦ୍ୟ ହିଁ ଖାଇଥାନ୍ତି । କିନ୍ତୁ କେମିତି ତାଙ୍କ ଶରୀରରେ ଏହି ବିଶେଷ ପଦାର୍ଥ କ୍ଷରଣ ହେଉଛି ଏହା ସେ ନିଜେ ମଧ୍ୟ ଜାଣିନାହାନ୍ତି । ତାଙ୍କ ଆଖପାଖରେ ବସବାସ କରୁଥିବା ଲୋକେ ମଧ୍ୟ ସମାନ କଥା କହିଛନ୍ତି । ସେମାନେ କହିଛନ୍ତି ବମୀରାମା କୌଣସି ରାସ୍ତା ଦେଇ ଯିବା କ୍ଷଣି ସେହି ସ୍ଥାନରୁ ମଶା ଆପଣାଛାଏଁ ଦୂରେଇ ଯାନ୍ତି ନଚେତ ମରିଯାନ୍ତି । କିନ୍ତୁ ତାଙ୍କ ଶରୀରର ଏହି ରସାୟନ ମଣିଷ ଶରୀର ପାଇଁ ସେତେଟା କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ ମାନେ ସ୍ପଷ୍ଟ କରିଛନ୍ତି ।