ଏକ କି ଦୁଇ ନୁହଁ ୨୭ ବର୍ଷରୁ ମହିଳା ବେଶରେ ଜୀବନ ଯାପନ କରୁଛନ୍ତି ଜଣେ ପୁରୁଷ ! ଖୁବ୍ ରୋମାଞ୍ଚକର ଏହି ମହିଳାବେଶୀ ପୁରୁଷଙ୍କ କାହାଣୀ ।

688

ଜନ୍ନୀପୁରରେ ଜଣେ ପୁରୁଷ ମୃତ୍ୟୁ ଭୟରେ ସ୍ତ୍ରୀ ବେଶରେ ରହିବାକୁ ବାଧ୍ୟ ହୋଇଛନ୍ତି । ମା’,ବାପା , ଦୁଇ ଝିଅ, ଏବଂ ପରିବାର ସମସ୍ତଙ୍କ ବିବାହ ପରର ମୃତ୍ୟୁ ପରେ ଜଣେ ବ୍ୟକ୍ତି ସ୍ତ୍ରୀ ବେଶ ଧାରଣ କରି ଜୀବନ ଯାପନ କରୁଛନ୍ତି । ଜନ୍ନୀପୁର ଜିଲ୍ଲାର ହିଜ ଗାଁରେ ରହୁଥିବା ଚିନ୍ତାହରଣ ଚୌହାନ(୬୬) ମହିଳା ସାଜିଛନ୍ତି । ୨୭ ବର୍ଷ ହେବ ଲାଲ ଶାଢୀ, ଚୁଡି, ସିନ୍ଦୁର, ନାକ ଗୁଣା, ଅଳଙ୍କାର ପିନ୍ଧନ୍ତି । ଚୌହାନଙ୍କ ବିବାହ ୧୪ ବର୍ଷ ବୟସରେ ହୋଇଥିଲା । କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ।

୨୧ ବର୍ଷ ବୟସରୁ ଚୌହାନ ଏକ ଇଟା ଭାଟିର ଶ୍ରମିକଙ୍କ ପାଇଁ ଖାଇବା ପ୍ରସ୍ତୁତି ଜିନିଷ କିଣିବାର କାର୍ଯ୍ୟ କରୁଥିଲେ । ସେ ଯେଉଁଠାରୁ ସଉଦା କରୁଥିଲେ ସେଠାକାର ମାଲିକ ସାଙ୍ଗରେ ତାଙ୍କର ଭଲ ସମ୍ପର୍କ ଗଢି ଉଠିଲା । ପରେ ସଉଦା ଦୋକାନୀ ମାଲିକଙ୍କ ଝିଅକୁ ବିବାହ କରିଥିଲେ । ହେଲେ ତାଙ୍କ ପରିବାର ଏହି ବିବାହକୁ ସହମତି ନଦେବା ହେତୁ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ । ପରେ ତାଙ୍କ ସ୍ତ୍ରୀ ଦୁଃଖରେ ଅତ୍ମହତ୍ୟା କରିଥିଲେ । ଏକ ବର୍ଷ ପରେ ଚୌହାନ ଫେରି ଆସି ଏହା ଜାଣିବାକୁ ପାଇଥିଲେ । ପରେ ଚୌହାନ ତୃତୀୟ ବିବାହ କରିଥିଲେ । ତୃତୀୟ ପତ୍ନୀ ମଧ୍ୟ ରୋଗରେ ପଡି ମୃତ୍ୟୁବରଣ କରିଥିଲେ । ଏହିପରି ଭାବେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହେବାକୁ ଲାଗିଲା । ଚୌହାନ ଏକାକୀ ରହିଗଲେ । କିଛିଦିନ ପରେ ସେ ଏକ ସ୍ୱପ୍ନ ଦେଖିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଧୋକାର ଅଭିଯୋଗ ଲଗାଉଛନ୍ତି । ପରେ ଚୌହାନ ତାଙ୍କୁ ଭୁଲ ମାଗିଥିଲେ । ଚୌ÷ହାନ କୁହନ୍ତି ସ୍ୱପ୍ନରେ ମୃତ ସ୍ତ୍ରୀ ତାଙ୍କୁ ମହିଳା ସାଜି ରହିବାକୁ କହିଥିଲେ । ଯାହା ସେ ଏବେ ପର୍ଯ୍ୟନ୍ତ ପାଳନ କରୁଛନ୍ତି ।