ଫେସବୁକରେ ଗାଳି ଦେବା ପଡିଲା ମହଙ୍ଗା ! ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ

50

ଫେସବୁକରେ କାହାକୁ ଗାଳି ଦେଉଛନ୍ତି କି? ସାବଧାନ, ଫେସବୁକରେ ଜଣେ ଯୁବତୀଙ୍କୁ ଗାଳି ଦେବା ଅଭିଯୋଗରେ ସ୍ଥାନୀୟକୋର୍ଟ ହାଇଦ୍ରାବାଦର ଜଣେ ୨୦ବର୍ଷୀୟ ଛାତ୍ରକୁ ଦୁଇ ଦିନ ଜେଲଦଣ୍ଡ ସହିତ ୫୦ହଜାର ଟଙ୍କାର ଜରିମାନାର ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟ, ନିଲମ ରାଜଶେଖର ରେଡି ନଗର ନିବାସୀ ସନ୍ତୋଷ ସିକନ୍ଦରବାଦରେ ରହୁଥିବା ଜଣେ ଯୁବତୀଙ୍କୁ ଫେସବୁକ୍ ଜରିଆରେ ଗାଳି ଦେଇଥିଲେ। କାରଖାନା ପୁଲିସ ଇନସପେକ୍ଟର ଜୟନାଥ ମୁତାବକ, ସନ୍ତୋଷ ଯୁବତୀଙ୍କ ସହିତ ବାରମ୍ବାର ଦେଖା କରିବାକୁ କହୁଥିଲା। ଯୁବତୀ ଏହି ଯୁବକ ସହିତ ଦେଖା କରିବାକୁ ମନା କରିଦେଇଥିଲେ। ସନ୍ତୋଷଙ୍କ ମେସେଜରେ ବିବ୍ରତ ହୋଇ ଯୁବତୀ ସେ ମେସେଜକୁ ନଜର ଅନ୍ଦାଜ କରିବାରେ ଲାଗିଥିଲେ। ତେବେ ଯୁବତୀଙ୍କ ଏଭଳି ସ୍ୱଭାବରେ ସନ୍ତୋଷ ରାଗି ଯାଇ ଫେସବୁକରେ ଗାଳି ଦେବା ଆରମ୍ଭ କରିଦେଇଥିଲେ।

ଯୁବତୀ ଏହି ଘଟଣା ସମ୍ପର୍କରେ ନିଜ ପିତାଙ୍କୁ ଜଣାଇଥିଲେ। ଯୁବତୀଙ୍କ ପିତା ବି ସନ୍ତୋଷକୁ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ। ଏହାପରେ ସନ୍ତୋଷ ବାପା ଓ ଝିଅ ଉଭୟକୁ ମେସେଜରେ ଗାଳି ଦେବା ଆରମ୍ଭ କରି ଦେଇଥିଲା। ଏହାପରେ ଯୁବତୀଙ୍କ ପିତା ପୋଲିସ ପାଖକୁ ସନ୍ତୋଷ ବିରୋଧରେ ଅଭିଯୋଗ ନେଇ ଆସିଥିଲେ। ପୁଲିସ ସନ୍ତୋଷକୁ ଗିରଫ କରି ଫେବ୍ରୁଆରି ୧୩ ତାରିଖରେ କୋର୍ଟ ଚାଲାଣ କରିଥିଲା। କୋର୍ଟ ଗତ ଗୁରୁବାର ଏହି ମାମଲାର ଶୁଣାଣି କରି ସନ୍ତୋଷକୁ ଦୁଇଦିନ ପାଇଁ ଜେଲଦଣ୍ଡର ଓ ୫୦ଟଙ୍କାର ଜରିମାନା ଶୁଣାଣି କରିଥିଲେ।