ଗାଣିତିକ ସୂତ୍ର ପ୍ରୟୋଗ କରି ୧୪ ଥର ଲଗାତାର ଲଟେରୀ ଜିତିଲେ ଏହି ଗଣିତଜ୍ଞ, ବାଧ୍ୟ ହୋଇ ଅଧିକାରୀଙ୍କୁ ବଦଳାଇବାକୁ ପଡିଲା ଲଟେରୀ ନିୟମ

47

ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ ଯେ, ତାଙ୍କର ଥରେ ହେଲେ ଲଟେରୀ ଲାଗିଯାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯାହାଙ୍କ ୧୪ ଥର ଲଟେରୀ ଲାଗିଛି । ଗଣିତଜ୍ଞ ଷ୍ଟିଫନ ମଣ୍ଡେଲ ଗୋଟେ ପରେ ଗୋଟେ ଲଟେରୀ ଜିତିଲେ, କିନ୍ତୁ କେବେ ବି ଆଇନର ଉଲ୍ଲଂଘନ କରିନାହାଁନ୍ତି ।

ସୂଚନାଯୋଗ୍ୟ, ରୋମାନିଆରେ ଜନ୍ମିତ ଅଷ୍ଟ୍ରେଲୀୟ ନାଗରିକ ସିଷ୍ଟମକୁ କ୍ରେକ୍ କରିବା ପାଇଁ ନିଜର ଗଣିତ ଜ୍ଞାନର ବ୍ୟବହାର କରି ଏକ ସୂତ୍ର ତିଆରି କଲେ । ତା’ପରେ ତାଙ୍କର ଲଗାତାର ଲଟେରୀ ଲାଗିଲା । ସେଥିପାଇଁ ବାଧ୍ୟ ହୋଇ ଲଟେରୀ ସମ୍ପର୍କିତ ନିୟମ ବଦଳାଇବାକୁ ପଡିଲା ।

ରୋମାନିଆରେ ଅର୍ଥ ଶାସ୍ତ୍ରୀ ଭାବେ କାମ କରୁଥିବା ବେଳେ ମଣ୍ଡେଲ ୫ ଅଙ୍କର ଫର୍ମୁଲାରୁ ୬ତମ ନମ୍ବରର ସଠିକ୍ ଅନୁମାନ ଲଗାଇବା ଆରମ୍ଭ କରିଦେଇଥିଲେ । ବଡ ଆକାରର ପରିମାଣ ଜିତିବା ପରେ ତାଙ୍କ ପରିବାର ସହିତ ଅଷ୍ଟ୍ରେଲିୟା ଚାଲିଗଲେ । ସେଇଠି ବି ସେ ନିଜର ପୁରୁଣା ଫର୍ମୁଲା ଆପଣେଇବା ଆରମ୍ଭ କରିଦେଲେ । ତା’ ପରେ ଅଷ୍ଟ୍ରେଲିୟା ଅଧିକାରୀଙ୍କ ନଜର ତାଙ୍କ ଉପରେ ପଡିଲା । କୈାଣସି ବି ପ୍ରକାରରେ ଆଇନର ଉଲ୍ଲଂଘନ ବିନା ମଣ୍ଡେଲଙ୍କୁ ବ୍ଲକ୍ କରିବା ପାଇଁ ନିୟମ କଡାକଡି କରାଗଲା । ଏହାପରେ ଜଣେ ବ୍ୟକ୍ତି ପାଇଁ ସମସ୍ତ ଲଟେରୀ ଟିକେଟ୍ କିଣିବା ବେଆଇନ୍ କରାଗଲା । ଏହାପରେ ମଣ୍ଡେଲଙ୍କୁ ୫ ବିଜନେସ୍ ପାର୍ଟନରଙ୍କ ସହଯୋଗ ମିଳିଗଲା । ଯେତେବେଳେ ଗ୍ରୁପ୍ ରେ ଲୋକଙ୍କୁ ସମସ୍ତ ଲଟେରୀ ଟିକେଟ କିଣିବା ଉପରେ ନିଷେଧ ହେଲା, ତ ସେ ଏକ ଲଟେରୀ ଫାର୍ମ ଛିଡା କରିଦେଲେ ।

ଅଷ୍ଟ୍ରେଲିୟାରେ ଅଧିକ ଅସୁବିଧା ହେବାରୁ ମଣ୍ଡେଲ ଆମେରିକା ଲଟେରୀ ସିଷ୍ଟମ ଉପରେ ଫୋକସ୍ କଲେ । ସେ ୩ କୋଟି ଡଲାରରୁ ଅଧିକ ଆୟ କଲେ । ସେ ଗୋଟିଏ ଲଟେରୀ ରୋମାନିଆରେ, ୧୨ ଟି ଲଟେରୀ ଅଷ୍ଟ୍ରେଲିୟାରେ ଓ ଆମେରିକାର ଭର୍ଜିନିଆରେ ସବୁଠାରୁ ବଡ ଜ୍ୟାକପଟ୍ ଜିତିଲେ । ସେ ବ୍ରିଟେନ୍ ଓ ଇସ୍ରାଏଲରେ ବି ଲଟେରୀ କିଣିଲେ । ଜାଲିଆତି ମାମଲାରେ ତାଙ୍କୁ ୨୦ ମାସ ଜେଲରେ ବିତାଇବାକୁ ପଡିଛି ।