ଡ୍ରଗ୍ସ ତସ୍କରୀର ବିଚକ୍ଷଣ ଉପାୟ ! ବାଦାମ ଭିତରେ ଡ୍ରଗ୍ସ ଭର୍ତ୍ତି କରି ତସ୍କରୀ କରୁଥିବା ଅଭିଯୁକ୍ତକୁ ଏୟାରପୋର୍ଟରୁ ଧରିଲା ପୋଲିସ୍ ।

340

ନିଶା ପଦାର୍ଥ ଏବଂ ଡ୍ରଗ୍ସ ତସ୍କରକୁ ନେଇ ଯେତେ ପ୍ରତିବନ୍ଧ ଲଗାଇଲେ ମଧ୍ୟ ଯେ ତସ୍କରୀ ସେ କେଉଁଭଳି ଭାବରେ ମଧ୍ୟ ଉପାୟ ବାହାର କରି ତସ୍କରୀ କରିବାରେ ସଫଳ ହୋଇଯାଆନ୍ତି । ଏଭଳି କିଛି ତସ୍କରୀକୁ ଏୟାରପୋର୍ଟରୁ ଧରାଯାଇଛି । ଜଣେ କଷ୍ଟମ୍ ବିଭାଗର କର୍ମଚାରୀ ପାଞ୍ଚବର୍ଷର ନିଜର ସେବାକୁ ଦେଖି କହିଥିଲେ ଯେ ମୁଁ ମୋ କାର୍ଯ୍ୟକାଳରେ କଇଁଛ,ବିଛା,ଖାଦ୍ୟ ପଦାର୍ଥ ତଥା ଡ୍ରଗ୍ସର ତସ୍କରୀ କରୁଥିବା ଦେଖିଛି ।

ସେ କହିଥିଲେ ଏୟାରପୋର୍ଟରେ ଥରେ ଡ୍ରଗ୍ସରେ ଭିଜିଥିବା ଏକ କାର୍ପେଟ୍ କୁ ଜବତ କରାଯାଇଥିଲା । ନକଲି ସ୍କ୍ରିନ୍ ଥିବା କମ୍ପ୍ୟୁଟର୍ , ସୁଟକେଶ୍ ମିଳିବା ସାଧାରଣ କଥା । ବେଳେବେଳେ ହ୍ୱିଲଚେୟାରରେ ମଧ୍ୟ ଡ୍ରଗ୍ସ ରଖି ଲୋକମାନଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏକ ଭିନ୍ନ ଧରଣର ତସ୍କରୀକୁ ଦେଖି ସେ ଆଶ୍ଚଯ୍ୟ ହେବା କଥା କହିଛନ୍ତି । ସେ ଚେକିଙ୍ଗ୍ କଲା ବେଳେ ଏଭଳି କିଛି ଦେଖିଥିଲେ ଯାହାକୁ ପ୍ରଶଂସା କରି ରହିପାରୁନାହାନ୍ତି ।

ନିକଟରେ ଇସଲାମାବାଦ୍ ଏୟାରପୋର୍ଟରୁ ବାଦାମ୍ ଭିତରେ ଡ୍ରଗ୍ସ ଥିବା ଦେଖାଯାଇଥିଲା ଏବଂ ତସ୍କରୀ କରୁଥିବା ଲୋକକୁ ମଧ୍ୟ ପୋଲିସ୍ ଗିରଫ କରିଥିଲା । ତେବେ ଏହି ଘଟଣାକୁ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜଣେ କେତେ ମୁଣ୍ଡ ଖଟାଇ ଏଭଳି ତରିକା ବାହାର କରିଥିବ ଏହାର ଚର୍ଚ୍ଚା ସୋସିଆଲ୍ ମିଡିଆରେ ଶୁଣିବାକୁ ମିଳିଥିଲା । ଜଣେ ୟୁଜର୍ ଏହି ଭିନ୍ନଧରଣର କ୍ରାଇମ୍ ପାଇଁ ଏଭଳି ଚିନ୍ତା କରିଥିବା ଲୋକଟିକୁ ନୋବେଲ୍ ପୁରସ୍କାର ଦେବା କଥା କହିଥିଲେ । କିଛି ୟୁଜରଙ୍କୁ ଏବେ ବି ବିଶ୍ୱାସ ହେଉନାହିଁ ଯେ ଲୋକମାନେ ତସ୍କରୀ ପାଇଁ ଏଭଳି ଉପାୟ ମଧ୍ୟ ଚିନ୍ତା କରିପାରନ୍ତି ।