ଶିଶୁ ଶ୍ରମିକକୁ ମରଣାନ୍ତକ ଆକ୍ରମଣ ! ପାରିଶ୍ରମିକ ମାଗିବାରୁ ନାବାଳକ ମୁଣ୍ଡରେ ଗରମ ଚାଟ୍ ଢ଼ାଳିଲା ଦୋକାନୀ

26

କନକ ବ୍ୟୁରୋ: ଶିଶୁ ଶ୍ରମିକକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ପାରିଶ୍ରମକି ମାଗିବାରୁ ନାବାଳକ ମୁଣ୍ଡରେ ଦୋକାନୀ ଜଣକ ଗରମ ଚାଟ୍ ଢ଼ାଳିଦେଇଥିବା ଅଭିଯୋଗ ହୋଇଛି । ନାବାଳକ ଜଣଙ୍କର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର କନଭେଂଟ ରୋଡରେ । ସ୍ଥାନୀୟ ଗୋ÷ତମ ନଗରରେ ରହୁଥିବା ଚରଣ ହୁଇକା ନିକଟସ୍ଥ ଚାଟ୍ ଦୋକାନରେ କାମ କରୁଥିବା ବେଳେ ମାଲିକ ଜଣଙ୍କୁ ପାରିଶ୍ରମିକ ମାଗିବାରୁ ଏପରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ରାୟଗଡା ଥାନାରେ ଅଭିଯୋଗ କରିଛନ୍ତି ନାବାଳକ ଓ ତାର ମା । ଥାନାରେ ମାମଲା ରୁଜୁ ହେବା ପରେ ଶ୍ରମ ବିଭାଗ ପକ୍ଷରୁ ମାମଲାକୁ ହାତକୁ ନିଆଯାଇଛି । ବିଭାଗ ପକ୍ଷରୁ ଚାଟ୍ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ଘଟଣା ପରେ ସମ୍ପୃକ୍ତ ଚାଟ୍ ଦୋକାନୀ ଫେରାର ଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-