କନକ ବ୍ୟୁରୋ: ଏବେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଂଚୁଛି ମଣିଷ । ଗର୍ଭସ୍ଥ ମା ମରିଯିବାରୁ ସ୍ୱାମୀ ତାର ସ୍ତ୍ରୀର ଚିରି ଶିଶୁକୁ ବାହାର କରିବା ଘଟଣା ଏବେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଚାଂଚଲ୍ୟ ସୃଷ୍ଟି କରିଛି । ପଢନ୍ତୁ କଣ ଥିଲା ପୁରା ଘଟଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ଯେତିକି ଭୟାନକ, ସେତିକି ହୃଦୟ ବିଦାରକ । ବିଶ୍ୱାସ ନ ହେଲେ ବି ସତ । ଇଏ ହେଉଛି ସେହି ସମୟର ଏକ କାଳ୍ପନିକ ଚିତ୍ର । ମୃତ ସ୍ତ୍ରୀର ପେଟ ଚିରି ମୃତ ଶିଶୁକୁ ବାହାର କଲା ସ୍ୱାମୀ । ଶିଶୁଙ୍କୁ ନଦୀରେ ଭସାଇଥିଲା । ପରେ କଦଳୀ ଗଛରେ ବାନ୍ଧିଥିଲା ସ୍ତ୍ରୀର ଶବ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ । ଏପରି କରିବାର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଗର୍ଭବତୀ ଥିବା ମୃତ ମହିଳା ଜଣଙ୍କ ଗାଁର ଅନ୍ୟ ଛୁଆକୁ ମାରିଦେବାର ଭୟରେ ଏପରି କାମ କରିଛନ୍ତି ପଟାମୁଣ୍ଡାଇର ଭାସ୍କର ମଲ୍ଲିକ ।
ଘଟଣା ସାମନାକୁ ଆସିବା ପରେ ତନ୍ତିଆମାଳ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ସେତେବେଳକୁ ପରିବାର ଲୋକେ ଶବସକ୍ରାର କରିସାରିଥିଲେ । ତେବେ ଅନ୍ଧବିଶ୍ୱାସର ଯେ କେତେ ଭୟଙ୍କର ପରିଣତି ହୋଇପାରେ ତାହା ଏହି ଘଟଣା ସ୍ପଷ୍ଟ ବୟାନ କରୁଛି ।