ଅଭିଯୁକ୍ତଙ୍କ ଆକ୍ରମଣରେ ପୋଲିସ ଆହତ : ପୋଲିସ ଉପରକୁ ଚଣା ମସଲା ଫୋପାଡି ହାଜତରୁ ଖସିଲେ ଯୁବକ

ଗାର୍ଡ ଉପରକୁ ଚଣା ମସଲା ତରକାରି ଫିଙ୍ଗି କେନ୍ଦ୍ରୀୟ ଥାନା ହାଜତରୁ ଖସିଲେ ଯୁବକ

76

ଗାର୍ଡ ଉପରକୁ ଚଣା ମସଲା ତରକାରି ଫିଙ୍ଗି କେନ୍ଦ୍ରୀୟ ଥାନା ହାଜତରୁ ଖସି ପଳାଇଛି ଜଣେ ୨୧ ବର୍ଷୀୟ ଅଭିଯୁକ୍ତ। ଅଭିଯୁକ୍ତ ତବସୀର ଦର୍ବେଶ ନାମରେ ବ୍ରୋଡୱେ ଏବଂ ମାର୍କେଟ୍ ରୋଡରେ ଚୋରି ଅଭିଯୋଗ ଥିଲା। ଦର୍ବେଶ ଏବଂ ତା’ର ହାଜତ-ସାଥୀ ମହମ୍ମଦ ଅସଲାମଙ୍କ ଘର ପୋନ୍ନାନିରେ । ଉଭୟ ଉପରୋକ୍ତ ସ୍ଥାନରୁ ଚୋରି ମାମଲାରେ ଧରାଯାଇ କେନ୍ଦ୍ରୀୟ ପୁଲିସ ହାଜତରେ ଥିଲେ।

ବୁଧବାର ପାହାନ୍ତା ୩: ୩୦ ମିନିଟ୍ ସମୟରେ ପରିସ୍ରା କରାଇ ନେବାକୁ ଅସଲମ୍ ଗାର୍ଡଙ୍କୁ କହିଲା। ଗାର୍ଡ ଅସଲମଙ୍କୁ ଶୌଚାଳୟରୁ ପରିସ୍ରା କରାଇ ଆଣିବା ପରେ ହାଜତ ଭିତରକୁ ନେବା ସମୟରେ ଦର୍ବେଶ କାଗଜ କପରେ ରଖିଥିବା ତରକାରିକୁ ଗାର୍ଡଙ୍କ ମୁହଁକୁ ଫୋପାଡ଼ିଥିଲା। ଅନ୍ୟ ଜଣେ ପୁଲିସ ଘଟନାସ୍ଥଳକୁ ଧାଇଁ ଆସିଥିଲେ ବି ଦୁହେଁ ଗାର୍ଡକୁ ବହେ ମାଡ଼ ଦେଇଥିଲେ। ଗୋଳମାଳିଆ ପରିସ୍ଥିତିରେ ଦର୍ବେଶ ଖସି ପଳାଇଥିଲା କିନ୍ତୁ ଅସଲାମକୁ ପୁଲିସ ଧରି ପକାଇଲା।ଉଭୟ ଖସି ପଳାଇଯିବାକୁ ଯୋଜନା କରି ରାତ୍ରି ଭୋଜନରେ ଦିଆଯାଇଥିବା ତରକାରିକୁ ସାଇତି ରଖିଥିଲେ ବୋଲି ପୁଲିସ କହିଛି।

ଦର୍ବେଶ ପଛରେ ପୁଲିସ ଗୋଡ଼ାଇ ଥିଲେ ମଧ୍ୟ ସେ ଆଖିପିଛୁଳାକେ କୋମ୍ବାରା ଅଞ୍ଚଳରେ କୁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା। ରାତିସାରା ପୁଲିସ ସେ ଅଞ୍ଚଳରେ ବୃଥାଟାରେ ଯାହା ଖୋଜାଖୋଜି କଲା। ଅଭିଯୁକ୍ତକୁ ଠାବ କରିବା ନିମନ୍ତେ ଟିମ୍ ଗଠନ କରାଯାଇ ସମଗ୍ର ସହରରେ ତଲାସ ଆରମ୍ଭ ହୋଇଛି। ଅଭିଯୁକ୍ତମାନଙ୍କ ଆକ୍ରମଣରେ ଆହତ ପୁଲିସ କର୍ମଚାରୀ ପ୍ରମୋଦଙ୍କୁ ଏର୍ଣ୍ଣାକୁଲମ୍ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।