ଚାକିରୀ ନେଲା ବାହୁବଳୀ ! ସିନେମା ନ ଦେଖିବାରୁ ଯୁବକଙ୍କୁ ଅଫିସରୁ ବାହାର କଲା କମ୍ପାନୀ

48

ବାହୁବଳୀ -୨ ସିନେମା ନଦେଖିବା ମହଙ୍ଗା ପଡିଛି ଜଣେ ଯୁବକଙ୍କୁ । ସିନେମା ନଦେଖିଲେ ଏତେ ବଡ ମୂଲ୍ୟ ଦେବାକୁ ପଡିବ ବୋଲି ଭାବି ନଥିଲେ ୨୯ବର୍ଷିୟ ମହେଶ ବାବୁ । ରିଲିଜ୍ ହେବାର ୬ ଦିନ ପରେ ବି କାହିଁକି ସିନେମା ଦେଖିନାହାଁନ୍ତି ବୋଲି ଚାକିରୀରୁ ବାହାର କରିଦେଇଛି କମ୍ପାନୀ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ମହେଶଙ୍କୁ ତାଙ୍କ ବସ୍ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ହେଲେ ଉପଯୁକ୍ତ କାରଣ ଦେଇନପାରିବାରୁ ଶେଷରେ ଚାକିରୀରୁ ହାତ ଧୋଇବାକୁ ପଡିଛି । ମହେଶଙ୍କ ବସ୍ ତାଙ୍କୁ ନିଜ ଆଡୁ ଛୁଟି ମଧ୍ୟ ଦେଇଥିଲେ ସିନେମା ଦେଖିବାକୁ । ଏପରିକି ସହକର୍ମୀ ମାନେ ମଧ୍ୟ ଅଫିସରେ ମହେଶଙ୍କ ଟେବୁଲ୍ ଚାରିପଟେ ପୋଷ୍ଟର ଲଗାଇଥିଲେ ଯେଉଁଥିରେ ଲେଖାଥିଲା ‘ଯାଅ କେବେ ଥିଏଟରକୁ’ । ହେଲେ ମହେଶ ଯାଇନଥିଲେ । ଏବେ ସିନେମା ନଦେଖିବା ମହଙ୍ଗା ପଡିଯାଇଛି ମହେଶଙ୍କୁ ।