ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ ଙ୍କୁ ହତ୍ୟା ଧମକ ! “ କୋର୍ଟ ନୁହେଁ ସଲମାନଙ୍କୁ ଜୀବନରୁ ମାରି ମୁଁ ଦଣ୍ଡ ଦେବି” ବୋଲି କହିଲା ଅଭିଯୁକ୍ତ । 

611

ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ ଙ୍କୁ ହତ୍ୟା ଧମକ । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ୍ ଭାଇରାଲ୍ ହେବାପରେ ପୋଲିସ୍ ମଧ୍ୟ ସଜାଗ ହୋଇଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି , ଗାଡି ଚୋରୀ କେସରେ ପୋଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଯାହାପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା । ଗାଡି ଚୋର ହିଁ ପରେ ସଲମାନଙ୍କୁ ଧମକ ଦେଇଥିବା ଖବର ଜଣାପଡିଥିଲା । ଅଭିଯୁକ୍ତର ନାଁ ଜ୍ୟାକି ବିଷ୍ନୋଇ ବୋଲି ଜଣାପଡିଛି ।

ଅଭିଯୁକ୍ତ ଜ୍ୟାକି ବିଷ୍ନୋଇ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ସେୟାର୍ କରି କହିଥିଲା, “ତାକୁ ତା ଅପରାଧର ଶାସ୍ତି କୋର୍ଟ କ’ଣ ଦେବ ମୁଁ ଦେବି , ମୁଁ ସଲମାନ୍ ଖାନ୍ ର ଜୀବନ ନେଇଯିବି।” ଜ୍ୟାକି ଏହି ପୋଷ୍ଟ୍ ସେୟାର୍ କରିବା ପରେ ହିଁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଥିଲା । କୃଷ୍ଣସାର ମୃଗ ଶିକାର କାଣ୍ଡକୁ ନେଇ ଅଭିଯୁକ୍ତ ଏଭଳି ପୋଷ୍ଟ୍ ସେୟାର୍ କରିଥିବା କଥା କୁହାଯାଉଛି । ପୋଲିସ୍ କହିବାନୁସାରେ , କେବଳ ପବ୍ଲିସିଟି ପାଇବା ପାଇଁ ହିଁ ଅଭିଯୁକ୍ତ ଏଭଳି କରିଛି ।