ବ୍ରହ୍ମପୁରରେ ଅଭାବନୀୟ ଘଟଣା । ନିଜ ବେକକୁ ବ୍ଲେଡରେ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

36

କନକ ବ୍ୟୁରୋ : ବ୍ରହ୍ମପୁରରେ ଅଭାବନୀୟ ଘଟଣା । ସର୍ବସାଧାରଣ ସ୍ଥାନରେ ଆତ୍ମହତ୍ୟା ପାଇଁ କଲେ ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଏକ ଧାରୁଆ ବ୍ଲେଡରେ ନିଜ ବେକ କାଟି ଆତ୍ମହୁତି ଉଦ୍ୟମ କରିଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ନିଜ ବେକ କାଟିଛନ୍ତି ତାହା ଜଣାପଡିନାହିଁ । ବେକ କାଟିବା ପରେ ପ୍ରବଳ ରକ୍ତସ୍ରାବ ହେଉଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଚିିକିତ୍ସା ପାଇଁ ମେଡିକାଲରେ ଭର୍ତି କରିଛନ୍ତି ।

 

ସୂଚନାନୁଯାୟୀ,ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ସିନ୍ଧ ପଞ୍ଚାୟତ ମହାରାଜ ଗାଁର ଟୁଙ୍ଗୁରୁ ବେହେରା ସୁରଟରେ ଦୀର୍ଘ ଦିନ ରହି ଦାଦନ ଖଟୁଥିଲେ। ଆଜି ସେ ସେଠାରୁ ଏକ ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ପହଞ୍ଚିବାର କିଛି ସମୟ ପରେ ହଠାତ୍ ତାଙ୍କ ବ୍ୟାଗରୁ ଏକ ବ୍ଲେଡ୍ କାଢି ନିଜ ବେକକୁ କାଟି ଦେଇଥିଲେ। ବେକରୁ ରକ୍ତ ବାହାରିବା ପରେ ରେଳ ଷ୍ଟେସନର କର୍ତ୍ତୃପକ୍ଷ ଆମ୍ବୁଲାନ୍ସକୁ ଫୋନ କରିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବେକ କାଟିବାର କାରଣ ଅସ୍ପଷ୍ଟ ଥିବା ବେଳେ ସେ ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ବେକ କାଟିଥିବା ଅନୁମାନ କରାଯାଉଛି।