ଚାରିକାନ୍ଥ ଭିତରେ ବିତୁଛି ଜୀବନ ! ଭୁଲ ଅପରେସନ୍ କରିଦେଲା ପଙ୍ଗୁ

22

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୋରାଇ ବ୍ଲକ କାଚରା ସାହି ଗାଁର ପ୍ରଶାନ୍ତ ପରିଡା । ପରିବାର ସମ୍ଭାଳିବା ବୟସରେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି ପ୍ରଶାନ୍ତ । ମା, ବାପା ସ୍ତ୍ରୀ , ଓ ଦୁଇ ପିଲାଙ୍କୁ ନେଇ ହସ ଖୁସିର ସଂସାର ୨୦୧୦ ମାଡିଆସିଲା କଳାବାଦଲ । ହଠାତ୍ ଅସୁସ୍ଥ ହୋଇପଡିଲେ ପ୍ରଶାନ୍ତ । ଡାକ୍ତର କହିଲେ ବ୍ରେନ ଟ୍ୟୁମର ହୋଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଥରେ ନୁହେଁ ଦୁଇ ଥର ଅପରେସନ କରାଗଲା । ହେଲେ ଭୁଲ ଅପରେସନ ଯୋଗୁଁ ସୁସ୍ଥ ହେବା ବଦଳରେ ସମ୍ପୂର୍ଣ୍ଣ ଅସୁସ୍ଥ ଓ ପଙ୍ଗୁ ହୋଇଗଲେ ପ୍ରଶାନ୍ତ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଭୁଲ ଅପରେସନ ଯୋଗୁଁ ବିଗିଡି ଯାଇଛି ତାଙ୍କ ଜୀବନ । ଗିରବ ପରିବାର ହୋଇଥିବାରୁ ସ୍ତ୍ରୀ, ଲକ୍ଷ୍ମୀପ୍ରୀୟା ମୁଲ ଲାଗି ପିଲାଙ୍କ ମୁହଁରେ ଓଳିଏ ଆହାର ଦେଉଥୁବା ବେଳେ ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପ୍ରଶାନ୍ତଙ୍କ ଦୁଃଖ ନେଇ ଆମେ ପହଂଚିଥିଲୁ କୋରେଇ ବି.ଡି.ଓଙ୍କ ପାଖରେ । ଆମ ଠାରୁ ସମ୍ପୂର୍ଣ୍ଣ ଘଟଣା ବାବଦରେ ଜାଣିବା ପରେ ବିକଳାଙ୍ଗ ଭତା ସହ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ ।

ଗାଁରେ ଦୋକାନ ଖଣ୍ଡେ ଥିଲା । ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ପ୍ରଶାନ୍ତ । ଯେଉଁ ଦୋକାନରୁ ରୋଜଗାର କରି ଘର ଚଳାଉଥିଲେ ଏବେ ସେହି ଦୋକାନ ଘର ଚାରିକାଂଥ ଭିତରେ ବିତୁଛି ତାଙ୍କ ଜୀବନ ।