ମୃତ୍ୟୁର ୫ ଘଣ୍ଟା ପରେ ପୁଣି ଆଖି ଖୋଲିଲେ ଯୁବକ ! ବଖାଣିଲେ ସ୍ୱର୍ଗପୁରର କାହାଣୀ । 

321
ପରିବାରର କେହି ଲୋକ ପ୍ରାଣ ହରାଇଲେ ପରିବାରବର୍ଗଙ୍କୁ ଏହା କେତେ ଯେ କଷ୍ଟ ଦେଇଥାଏ । କିନ୍ତୁ ମୃତ୍ୟୁ ପରେ ପୁଣି ଥରେ ଜୀବନଦାନ ପାଇବା, ଏମିତି କେବଳ କାହାଣୀରେ ହିଁ ଶୁଣାଯାଇଥାଏ । କିନ୍ତୁ ଉତ୍ତରପ୍ରଦେଶର ଅଲିଗଡରେ ଏମିତି କାହାଣୀ ସତ୍ୟତାରେ ପରିଣତ ହୋଇଛି । ଯେତେବେଳେ ଜଣେ ଗ୍ରାମବାସୀ ମରିବାର ୫ ଘଣ୍ଟା ପରେ ପୁଣି ଜୀବନ ପାଇଥିଲେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଲିଗଡର ଅତରୋଲି ଠାରେ କିର୍ଥଲ ଗ୍ରାମରେ ବାସ କରୁଥିବା ରାମକିଶୋରଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପୁରା ଠିକ ଥିଲା । କିନ୍ତୁ ତାଙ୍କର ଏପରି ଅକସ୍ମାତ ମୃତ୍ୟୁ ପରିବାରବର୍ଗଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲା । ତେବେ ରାମକିଶୋରଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପର୍କୀୟ ମାନଙ୍କୁ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା । ଏବଂ ଘରେ ଲୋକମାନଙ୍କର ଭିଡ ମଧ୍ୟ ଜମିଯାଇଥିଲା ।
ପରିବାର ଲୋକେ ରାମକିଶୋରଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଏହା ପରେ ଯାହା ଘଟିଥିଲା ସେଥିରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଏହି ସମୟରେ ରାମକିଶୋରଙ୍କ ମୃତ ଶରୀର ହଲଚଲ ହେଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖୁ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତେବେ ହଠାତ ରାମକିଶୋର ଶୟନ ଅବସ୍ଥାରୁ ଉଠି ବସିପଡିଥିଲେ । ଏବଂ କହିଥିଲେ ଯେ, ‘ମୁଁ ସମ୍ପୂର୍ଣ୍ଣ ଠିକ ଅଛି । ମତେ ଭୁଲରେ ନେଇଯାଇଥିଲେ , ଏବେ ପୁଣି ପଠେଇ ଦେଇଛନ୍ତି ।’
 ରାମକିଶୋରଙ୍କୁ କଥା କହିବାର ଦେଖି ସେଠାକାର ପୁରା ମାହୋଲ ପରିବର୍ତ୍ତନ ହୋଇଯାଇଥିଲା । ପ୍ରଥମେ ଯେଉଁମାନେ ଦୁଃଖରେ କାନ୍ଦୁଥିଲେ ଏବେ ସେମାନେ ଖୁସି ଏବଂ ଆଶ୍ଚର୍ଯ୍ୟଚକିତ ହୋଇ ହସରେ ପ୍ରଫୁଲ୍ଲିତ ହୋଇପଡିଥିଲେ । ଆଖପାଖ ଅଞ୍ଚଳରେ ଯିଏ ବି ଏହି ଖବର ଶୁଣିଥିଲେ, ରାମକିଶୋରଙ୍କ ଘରକୁ ଧାଇଁ ଆସିଥିଲେ । କିଛି ଲୋକ ମୃତ୍ୟୁର ଏହି ୫ ଘଣ୍ଟା ବିଷୟରେ ଜାଣିବାକୁ ଚାହୁଁଥିଲେ ଏବଂ କିଛି ଲୋକଙ୍କୁ ଏହି ଘଟଣା ଉପରେ ବିଶ୍ୱାସ ହେଉନଥିଲା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।
ମୃତ୍ୟୁରୁ ଫେରିଲା ପରେ କ’ଣ କହିଥିଲେ ରାମକିଶୋର ?
ଲୋକମାନେ ରାମକିଶୋରଙ୍କୁ ସେହି ୫ଘଣ୍ଟା ବିଷୟରେ ପଚାରିଥିଲେ ଯେ, ସେ ଏହି ୫ ଘଣ୍ଟା ବିଷୟରେ କଣ ଜାଣିଛନ୍ତି । ରାମକିଶୋର ତାଙ୍କ ଉତ୍ତରରେ କହିଥିଲେ, ବେଶି କିଛି ନୁହେଁ, କିନ୍ତୁ ଯେଉଁଠାକୁ ଯାଇଥିଲେ ସେଠାରେ ଏକ ସଭା ଚାଲିଥିଲା । ଆଉ କେତେଜଣ ଦାଢି ରଖିଥିବା ମହାତ୍ମା ନିଜ ପ୍ରମୁଖ ମାନଙ୍କ ସହ ବାରମ୍ବାର କଥାବାର୍ତ୍ତା ହେଉଥିଲେ । ରାମକିଶୋର କହିଥିଲେ ଯେ, ସେ ସମୟରେ ସବୁଠାରୁ ବୃଦ୍ଧ ମହାତ୍ମା ଜଣଙ୍କ ତାଙ୍କ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଏବଂ କହିଥିଲେ ଯେ ତାଙ୍କୁ କଣ ପାଇଁ ଏଠାକୁ ଅଣାଯାଇଛି । ଏବେ ବି ସମୟ ଅଛି, ତାକୁ ତା ଜାଗାକୁ ପଠାଇଦିଅ । ରାମକିଶୋର କହିଥିଲେ ଠିକ ଏହା ପରେ  ପରେ ତାଙ୍କୁ କିଏ ଜଣେ ଧକ୍କା ଦେଇଥିଲେ ଏବଂ ଯେତବେଳେ ସେ ଆଖି ଖୋଲିଥିଲେ ସେତେବେଳେ ସେ ଦୁଃଖରେ ମିୟମ୍ରାଣ ହୋଇପଡିଥିବା ତାଙ୍କ ପରିବାର ଲୋକଙ୍କୁ ଦେଖିଥିଲେ ।