୨୦ ଜୀବନ୍ତ ସାପକୁ ହ୍ୟାଣ୍ଡବ୍ୟାଗରେ ରଖି ବିମାନରେ ଯାତ୍ରା କଲେ ଯୁବକ ! ବିମାନବନ୍ଦରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

31

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମ ସ୍ନେକ୍ ଇନ୍ ଦ ପ୍ଲେନରେ ଦେଖାଯାଇଥିବା ଦୃଶ୍ୟ ଏବେ ବାସ୍ତବରେ ଘଟିଛି । ଋଷର ମରୋକ୍କ ବିମାନ ବନ୍ଦରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ବିମାନ ବନ୍ଦରର କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ୨୦ଟି ଜୀବନ୍ତ ସାପ ସହ ଗିରଫ କରିଥିବା ବେଳେ ଜର୍ମାନୀ ବିମାନ ବନ୍ଦରର ସିକ୍ୟୁରିଟି ଚେକିଂକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟ ପକ୍ଷରେ ଯୁବକ ଜଣଙ୍କ ୨୦ଟି ସାପକୁ କାଚ ଜାରରେ ଭର୍ତ୍ତି କରି ନେଇଥିବା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଜର୍ମାନୀର ଡ଼ୁସେଲଡ଼ୋର୍ଫ ବିମାନ ବନ୍ଦରରୁ ଯୁବକ ଜଣଙ୍କ ସିକ୍ୟୁରିଟି ଚେକିଂ ସାରି ବିମାନ ଯୋଗେ ଋଷରେ ପହଞ୍ଚିଥିଲେ । ସେଠାରେ ତାଙ୍କର ପୁଣି ଥରେ ସିକ୍ୟୁରିଟି ଚେକିଂ କରାଯିବା ପରେ ବ୍ୟାଗ୍ ଭିତରୁ ୨୦ଟି ସାପ ବାହାରିଥିଲା । ଯାହାକୁ ଦେଖି ସୁରକ୍ଷା କର୍ମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

ଏ ନେଇ ଜର୍ମାନୀର ଡ଼ୁସେଲଡ଼ୋର୍ଫ ବିମାନ ବନ୍ଦର କର୍ମଚାରୀଙ୍କୁ ପଚରାଯାଇଥିବା ବେଳେ ସିକ୍ୟୁରିଟି ଚେକିଂ ବେଳେ ସେମାନଙ୍କୁ ସଂପୃକ୍ତ ଯାତ୍ରୀଙ୍କ ଠାରୁ କୌଣସି ସାପ ମିଳି ନଥିବା କହିଥିଲେ । ଯୁବକଙ୍କ କହିବା ଅନୁଯାୟୀ ସେ ଜର୍ମାନୀରୁ ସାପ କିଣିବା ପରେ ବିମାନ ବନ୍ଦର ଆସିଥିଲେ । ଏବଂ ସେ ଯେଉଁ ସାପ ଆଣିଥିଲେ ତାହା ବିଷାକ୍ତ ନୁହଁନ୍ତି । ତେବେ ଏହି ଘଟଣା ପରେ ଡ଼ୁସେଲଡ଼ୋର୍ଫ ବିମାନ ବନ୍ଦର କର୍ମଚାରୀଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସାପଗୁଡ଼ିକୁ ମରୋକ୍କ ବନ୍ୟ ବିଭାଗକୁ ଦିଆଯାଇଥିବା ଜଣା ପଡ଼ିଛି ।