ମୃତ ପୁଅକୁ ଜୀବିତ କରିବା ଆଶାରେ ସମାଧି ପାଖରେ ମାସେରୁ ଅଧିକ ସମୟ ବିତାଇଲେ ବାପା, ଖର୍ଚ୍ଚ କଲେ ୭ଲକ୍ଷ ଟଙ୍କା

168

ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାରେ ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି । ଯେଉଁଠି ଜଣେ ବାପାଙ୍କ ଦ୍ୱାରା ନିଜର ମୃତ ପୁଅକୁ ଜୀବନ୍ତ କରିବା ଆଶାରେ ତାର ସମାଧିରେ ଗୋଟିଏ ମାସରୁ ଅଧିକ ସମୟ ବିତାଇଛନ୍ତି । ସେଇଠି ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ସେହି ବାପା ଜଣକ ତାନ୍ତ୍ରିକର ପରାମର୍ଶ କ୍ରମେ ଏହା କରିଛନ୍ତି । ତାନ୍ତ୍ରିକ କହିବାପରେ ପେଟଲୁରୁ ଗାଁର ୫୬ବର୍ଷୀୟ ଥୁପ୍ପକୁଲା ରାମୁ ଶ୍ମଶାନରେ ଏହି ଆଶାରେ ରହୁଥିଲେ କି, ତାଙ୍କ ମୃତ ପୁଅ ଫେରିଆସିବ । ରାମୁ ଏହା ବଦଳରେ ତାନ୍ତ୍ରିକକୁ ୭ ଲକ୍ଷ ଟଙ୍କା ବି ଦେଲେ।

ପୁଲିସକୁ ଏହି ଅଜବ ଘଟଣା ସଂପର୍କରେ ଯେତେବେଳେ ସୂଚନା ମିଳିଲା, ସେତେବେଳେ ପୁଲିସ ଶ୍ମାଶାନରେ ପହଂଚିଥିଲା ଓ ରାମୁଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ତା’ପରେ ରାମୁ ଘରକୁ ଫେରି ଆସିଥିଲେ ମାତ୍ର ତାନ୍ତ୍ରିକଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ରହିଛି ବୋଲି କହିଥିଲେ।

ସୂଚନାଯୋଗ୍ୟ, ଯେ ରାମୁଙ୍କ ଏକ ମାତ୍ର ପୁଅ ଶ୍ରୀନିବାସୁଲୁ (୨୬)ଙ୍କର ଗତ ମାସରେ କଡପା ଜିଲ୍ଲାର କୋଦୁର ଗାଆଁରେ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ହୋଇଥିଲା। ତାନ୍ତ୍ରିକ ରାମୁଙ୍କୁ ୪୧ ଦିନ ଯାଏଁ ପୁଅର ସମାଧି ପାଖରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କ ପୁଅ ପୁଣି ଜୀବିତ ହେବ ବୋଲି ସେ କହିଥିଲେ।